ଆଦିତ୍ୟନାଥଙ୍କ ଯୋଗୀ ଜୀବନ ! କ୍ଷମତା ଆସିଲା ହେଲେ ଆସିନି ମୋହ

40

ମୁଖ୍ୟମନ୍ତ୍ରୀ ଆସନରେ ବସିବା ପରେ ଲଗାତାର ଚର୍ଚ୍ଚାରେ ଯୋଗୀ ଆଦିତ୍ୟନାଥ । ତେବେ ମୁଖ୍ୟମନ୍ତ୍ରୀ ହେବା ପରେ ମଧ୍ୟ ନିଜ ବ୍ୟକ୍ତିଗତ ଜୀବନରେ ଟିକେ ବି ପରିବର୍ତ୍ତନ ହୋଇନାହାଁନ୍ତି ଯୋଗୀ । ଯେମିତି ପୂର୍ବରୁ ତାଙ୍କ ଜୀବନ ଶୈଳୀ ଥିଲା ଏବେ ବି ରହିିଛି ସେମିତି । କ୍ଷମତା ଆସିଲା ହେଲେ ଏଯାଏଁ ଆସିନି ମୋହ । ତେବେ ଏକ ନିର୍ଦ୍ଦିଷ୍ଟ କାମ ବିନା ଗୋଟିଏ ଦିନ ବି ଯୋଗୀ ରହିପାରନ୍ତିନି । ଏବେ ନଜର ପକାନ୍ତୁ କଣ ସେହି କାମ  ।

ମୁଖ୍ୟମନ୍ତ୍ରୀ ପୂର୍ବରୁ ଜୀବନ ଶୈଳୀ :
ଯୋଗୀ ପ୍ରତିଦିନ ସକାଳ ୩ଟା ଯାଏଁ ଚେଇଁ ରୁହନ୍ତି । ତାପରେ ଧ୍ୟାନ କରି ଯୋଗ କରନ୍ତି । ପରେ ଗୋରଖପୀଠାଧିଶ୍ୱର ହିସାବରେ ପୂଜାର୍ଚ୍ଚନା କରନ୍ତି । ଏହାସହ ଗୋରଖଧାମ ପୀଠ ସହ ଜଡିତ ସମସ୍ତକାର୍ଯ୍ୟ ଏବଂ ସଫା ସୂତୂରା କରନ୍ତି । ଏହା ପରେ ମାଛମାନଙ୍କୁ ଖାଦ୍ୟ ଦେଇ ଗୌଶାଳା ଯାଆନ୍ତି । ଏସବୁ କାମ ପରେ ଗୋରଖପୁର ମନ୍ଦିର ପ୍ରମୁଖ ଏବଂ ସାସଂଦ ହିସାବରେ ଲୋକମାନଙ୍କ ଗୁହାରୀ ଶୁଣୁଥିଲେ ।

ମୁଖ୍ୟମନ୍ତ୍ରୀ ପରେ ଜୀବନ ଶୈଳୀ :
ମୁଖ୍ୟମନ୍ତ୍ରୀ ହେବା ପରେ ମଧ୍ୟ ସମାନ ଜୀବନ ଶୈଳୀ ରହିଛି ଯୋଗଙ୍କର । ତେବେ ତାଙ୍କର କିଛି ଗାଇଙ୍କୁ ମୁଖ୍ୟମନ୍ତ୍ରୀ ନିବାସକୁ ପଠାଯାଇଛି । ଯାହାଙ୍କ ସେବା ଯୋଗୀଙ୍କ ଜୀବନର ଏକ ଅଭିନ୍ନ ଅଙ୍ଗ । ତାଙ୍କ ନିକଟତମ ବ୍ୟକ୍ତି ମାନେ କୁହନ୍ତି ଯୋଗୀ ଗୋଟିଏ ଦିନ ବି ଗୋମାତାଙ୍କ ସେବା ନକରି ରହିପାରନ୍ତି ନାହିଁ । ଡେରି ରାତି ଯାଏଁ କାମ କରିବା ଯୋଗୀଙ୍କ ଅଭ୍ୟାସ । ତେଣୁ ଏହି ସମୟରେ ସେ ବାହାର ଖାଦ୍ୟ ଖାଇ ନଥାନ୍ତି ।

ଯୋଗୀ ବିଳାସ ବ୍ୟସନ ଜୀବନଠାରୁ ନିଜକୁ ଦୂରେଇ ରଖନ୍ତି । ଶିଶୁ କାଠରେ ତିଆରି ଏକ ଖଟରେ ଶୁଅନ୍ତି । ଏପରିକି ତାଙ୍କ କକ୍ଷରେ ଏସି ମଧ୍ୟ ନାହିଁ ।