ରାଜ୍ୟ କ୍ୟାବିନେଟ ବୈଠକ ଶେଷ । ଇ-ଯାନ ପଲିସି ଉପରେ ବାଜିଲା କ୍ୟାବିନେଟ ମୋହର, ଗାଡି କିଣିଲେ ମିଳିବ ରିହାତି ।

210

କନକ ବ୍ୟୁରୋ : ସରିଲା ରାଜ୍ୟ କ୍ୟାବିନେଟ ବୈଠକ । ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିଥିବା କ୍ୟାବିନେଟ ବୈଠକରେ ୧୪ଟି ପ୍ରସ୍ତାବ ଉପରେ ମୋହର ବାଜିଛି । ବହୁ ପ୍ରତିକ୍ଷିତ ଇ-ଯାନ ପଲିସି ଉପରେ ମୋହର ବାଜିଛି । ୨୦୨୫ ସୁଦ୍ଧା ପଞ୍ଜୀକୃତ ହେଉଥିବା ଯାନର ୨୦% ଇ-ଯାନ ପାଇଁ ଲକ୍ଷ୍ୟ ରଖାଯାଇଛି ।

ଇଲେକ୍ଟ୍ରି ବା ଇ-ଯାନ କିଣିଲେ ଆର୍ଥିକ ରିହାତି ସହ ପଞ୍ଜୀକରଣ ଦେୟ ଓ ରୋଡ ଟିକସ ଛାଡ କରିବାର ବ୍ୟବସ୍ଥା କରାଯାଇଛି । ଏହାସହ ଇ-ଯାନ ଉତ୍ପାଦନକାରୀ କମ୍ପାନିକୁ ମଧ୍ୟ ଆର୍ଥିକ ରିହାତି ଦିଆଯିବାର ବ୍ୟବସ୍ଥା ରହିଛି । ଏହା ବ୍ୟତୀତ ପୁରୁଣା ଗାଡି ଗୁଡିକୁ ସ୍କ୍ରାପ ପାଇଁ ପୋତ୍ସାହିତ କରିବା ସହ ବୈଦ୍ୟୁତିକ ଗାଡି କିଣିବା ପାଇଁ ଋଣ ବାବଦକୁ ସୁଧ ଛାଡର ବ୍ୟବସ୍ଥା ରହିବ ।

ପରିବେଶ ପ୍ରଦୂଷଣକୁ ରୋକିବା ପାଇଁ ଏବେ ଇ-ଯାନ ଉପରେ ଗୁରୁତ୍ୱ ଦିଆଯାଉଛି । ତେଣୁ ପେଟ୍ରୋଲ ଓ ଡିଜେଲ ଭଳି ତେଲରେ ଚାଲୁଥିବା ଗାଡିଗୁଡିକୁ ହ୍ରାସ କରି ବୈଦ୍ୟୁତିକ ଯାନ ବିକ୍ରି ଉପରେ ଗୁରୁତ୍ୱ ଦେଉଛନ୍ତି ସରକାର । ଏହାବାଦ୍ ଇ-ଯାନ କିଣିବା ପାଇଁ ଲୋକଙ୍କ ମନରେ ଆଗ୍ରହ ସୃଷ୍ଟି କରିବାକୁ ଆର୍ଥିକ ରିହାତି ଦିଆଯିବାର ବ୍ୟବସ୍ଥା ରହିଛି ।