କୋଭିଡ୍ ନିୟମ ରକ୍ଷା କରିବାକୁ ଯାଇ ମାଡ ଖାଇଲା ପୋଲିସ୍ । ଘେରି ଗଲେ ବହୁ ସଂଖ୍ୟାରେ ଲୋକ । ମେଣ୍ଢା ଲଢ଼େଇ ପାଇଁ ଜମିଥିଲା ଗହଳି 

150

କନକ ବ୍ୟୁରୋ: ମେଣ୍ଢା ଲଢେଇ ଅଟକାଇବାକୁ ଯାଇ ମାଡ ଖାଇଲେ ପୁଲିସ ଅଧିକାରୀ । ମୟୂରଭଞ୍ଜ ଜିଲ୍ଲା ଜାମଦା ଥାନା ବଡବୁଗୁଡା ଗାଁରେ ଏହି ଅଭାବନୀୟ ଘଟଣା ଘଟିଛି । ଉତ୍ୟକ୍ତ ଲୋକେ ପୁଲିସ କର୍ମଚାରୀଙ୍କୁ ଠେଲାପେଲା କରିବା ସହ ଆକ୍ରମଣ କରିଥିବା ସୂଚନା ମିଳିଛି । କୋଭିଡ ନିୟମର ଖୋଲାଖୋଲି ଉଲ୍ଲଂଘନ କରି ବଡବୁଗୁଡା ଗାଁରେ ଚାଲିଥିଲା ପାରମ୍ପରିକ ମେଣ୍ଢା ଲଢେଇ । ପ୍ରତି ବର୍ଷ ଭଳି ଏଥର ମଧ୍ୟ ବେଆଇନ ଘୋଷିତ ପାରମ୍ପରିକ ମେଣ୍ଢା ଲଢେଇ ଦେଖିବାକୁ ଶହ ଶହ ଲୋକଙ୍କ ଭିଡ ଜମିଥିଲା ।

କୋଭିଡ ସମୟରେ ଶହ ଶହ ଲୋକଙ୍କ ଭିଡ ଏକାଠି ହେବା ଓ କେହି କୋଭିଡ ନିୟମ ମାନୁନଥିବା ଖବର ପାଇ ବଡବୁଗୁଡା ଗାଁକୁ ଯାଇଥିଲା ରାଇରଙ୍ଗପୁର ପୁଲିସ । ମେଣ୍ଢା ପ୍ରତିଯୋଗିତା ବନ୍ଦ କରିବାକୁ ମାଇକରେ ପୁଲିସ ଅନୁରୋଧ କରିବା ପରେ ରାଗିଯାଇଥିଲେ ଗ୍ରାମବାସୀ । କିଛି ଉତ୍ୟକ୍ତ ଲୋକେ ପୁଲିସ କର୍ମଚାରୀଙ୍କୁ ଠେଲାପେଲା କରିବା ସହ ଆକ୍ରମଣ କରିଛନ୍ତି । ଏହି ଘଟଣାରେ ସଂପୃକ୍ତ ୧୨ଜଣ ଗ୍ରାମବାସୀଙ୍କୁ ଚିହ୍ନଟ କରି ମାମଲା ରୁଜୁ କରିବା ସହ ଥାନାକୁ ଆଣି ଅଟକ ରଖିଛି ପୁଲିସ ।