ପୁଣି ବଢିଲା ବସ୍ ଭଡା । ଜାଣନ୍ତୁ କେଉଁ ବସରେ ଗଲେ ଦେବାକୁ ପଡିବ କେତେ ଟଙ୍କା?

185

କନକ ବ୍ୟୁରୋ : ବସ୍ ଯାତ୍ରୀଙ୍କ ପାଇଁ ବଡ ଖବର । ରାଜ୍ୟରେ ପୁଣି ବଢିଲା ବସ୍ ଭଡା । ଗୋଟିଏ ପଟେ ପେଟ୍ରୋଲ ଓ ଡିଜେଲ ଦର ବଢୁଥିବା ବେଳେ ଆଜି ବସ୍ ଭଡା ବୃଦ୍ଧି ପାଇଛି ।  ସାଧାରଣ ଓ ଏକ୍ସପ୍ରେସ ବସ୍ ଭଡା ୨ ପଇସା ବୃଦ୍ଧି ପାଇଥିବା ବେଳେ ଡିଲକ୍ସ ଓ ଏସି ଡିଲକ୍ସ ବସ୍ ଭଡା ୪ ପଇସା ବଢିଛି ।

ସାଧାରଣ ବସ୍ ଭଡା ୯୦ ପଇସାରୁ ବଢି ୯୨ ପଇସା ହୋଇଥିବା ବେଳେ ଏକ୍ସପ୍ରେସ ବସ ଭଡା ୯୪ ପଇସାରୁ ବଢି ୯୬ ପଇସା ହୋଇଛି । ସେହିଭଳି ଡିଲକ୍ସ ବସ୍ ଭଡା କିଲୋମିଟର ପିଛା ୬ ପଇସା ବଢି ୧.୩୫ ଟଙ୍କାରେ ପହଞ୍ଚିଥିବା ବେଳେ ଏସି ଡିଲକ୍ସ ଭଡା ୪ ପଇସା ବୃଦ୍ଧି ପାଇ ୧.୬୩ ଟଙ୍କାରେ ପହଞ୍ଚିଛି ।  ସେହିଭଳି ସୁପର ପ୍ରିମିୟମ ବସ୍ ଭଡା ୬ ପଇସା ବୃଦ୍ଧି ପାଇ  ୨.୫୩ ଟଙ୍କାରେ ପହଞ୍ଚିଛି ।