ରାଜଧାନୀର ମିଳୁଛି ଚିକେନ୍ ଦହିବରା । ଦାମ କମ୍, ଟେଷ୍ଟ ଦମଦାର । ଜାଣନ୍ତୁ, କେଉଁଠି ମିଳୁଛି ଏ ନନଭେଜ୍ ଦହିବରା…

523

କନକ ବ୍ୟୁରୋ: ରାଜଧାନୀର ଉଦୁଉଦିଆ ଖରାବେଳେ…ପେଟକୁ ଯେତେବେଳେ ଭୋକ ଆସେ…ତଣ୍ଟିକୁ ଯେତେବେଳେ ଶୋଷ ଆସେ…ମନ ଖୋଜିଥାଏ ଟିକେ ଦହିବରା ଆଉ ଟିକେ ଆଳୁଦମ । ଗଳି ହେଉ କି କନ୍ଧି, ରାସ୍ତା ହେଉକି ଗଛ ମୂଳ । ସବୁଠି ସବୁବେଳେ, ଆପଣଙ୍କ ଭୋକ ଆଉ ଶୋଷକୁ ମେଣ୍ଟାଇଦିଏ ଏଇ ଦହିବରା ।

ଖରାଦିନେ ଦହିବରା ଦେଖିଲେ, ପାଟିରେ ଆପେ ଆପେ ଲାଳ ଆସିଯାଏ । ଦହିପାଣି ସାଙ୍ଗକୁ ମୁସମୁସିଆ ସେଉ ଲୋକଙ୍କୁ ହାତ ଠାରି ଡାକେ । ଯେଉଥିପାଇଁ ଖରାବେଳିଆ…ରାଜଧାନୀର ପ୍ରତିଟି ଠେଲାଗାଡିରେ ଲାଗିଥାଏ ଲୋକଙ୍କ ଗହଳି । ତେବେ ଦିନକୁ ଦିନ ସହର ବଦଳୁଛି, ଲୋକଙ୍କ ଖାଇବା ବିି ବଦଳୁଛି । ଲୋକଙ୍କ ଚଏସ୍ ଦେଖି ଦୋକାନୀ ମାନେ ବି ଆରମ୍ଭ କରୁଛନ୍ତି ଭିନ୍ନ ଭିନ୍ନ ଷ୍ଟାଇଲର ଖାଇବା । ଆଉ ଏବେ ସେହି ଲୋକଙ୍କ ମନ ବୁଝି ବିପ୍ଲବ ଆରମ୍ଭ କରିଛନ୍ତି ଏଇ ନନଭେଜ୍ ଦହିବରା ଦୋକାନ ।

ଦହିବରା ସାଥିରେ ଆପଣ ଆଳୁଦମ ଡେଲି ଖାଉଥିବେ । ହେଲେ ଦହିବରା ସାଙ୍ଗରେ ଅଛି ଚିକେନ୍, ମଟନ ଆଉ ଚିଙ୍ଗୁଡି । ଯାହାକୁ ଦେଖିଲେ, ଆପଣଙ୍କ ପାଟିରେ ଲାଳ ଚାଲିଆସିବ, ଆଉ ମନ କହିବ ଖାଇବାକୁ… ଦି ପିସ୍ ଚିକେନ୍ ଦହିବରା । ଭୁବନେଶ୍ୱରର ଗୋପବନ୍ଧୁ ଛକ ନିକଟରେ ଆପଣ ଦେଖିବାକୁ ପାଇବେ ଏହି ନନଭେଜ୍ ଦହିବରା ଦୋକାନ । ଯାହାକୁ ଖୋଲିଛନ୍ତି ବିପ୍ଲବ ନାମକ ଜଣେ ଯୁବକ । ଆପଣ ସେଠି ମାତ୍ର ୨୫ ଟଙ୍କା ଦେଇ ସାଧା ଦହିବରା ଆଳୁଦମ ଖାଇବା ସହିତ ୫୦ ଟଙ୍କା ଦେଇ ଚିକେନ୍ ଦହିବରା, ୬୦ ଟଙ୍କାରେ ଚିଙ୍ଗୁଡି ଦହିବରା । ଆଉ ମଟନ୍ ଦହିବରା ବି ଖାଇପାରିବେ ।

ନିଇତି ସକାଳ ୮ଟାରୁ ଖୋଲାହୁଏ ବିପ୍ଲବଙ୍କ ଦହିବରା ଦୋକାନ । ଆଉ ଦୋକାନ ଖୋଲା ହେବା ମାତ୍ରେ, ଲାଗିଯାଇଥାଏ ଗ୍ରାହକଙ୍କ ଭିଡ । ଭୁବନେଶ୍ୱରରେ ଦହିବରାକୁ ନେଇ ଏ ଆଇଟମ୍ ନୂୂଆ ହେଇଥିବାରୁ, ଦୂର ଦୂରରୁ ବି ଲୋକମାନେ ଏଠି ଭିଡ ଜମାନ୍ତି । ଆଉ ନନଭେଜ୍ ଦହିବରାର ସ୍ୱାଦ ନିଅନ୍ତୁ । ତେବେ ରାଜଧାନୀରେ ଅନେକ ଦହିବରା ଦୋକାନ ଆପଣ ଦେଖିଥିବେ, ଆଉ ସେଠି ଦହିବରା ଆଳୁଦମ ବି ଖାଇଥିବେ । ହେଲେ ବିପ୍ଲବ ଆରମ୍ଭ କରିଥିବା ଏ ନିଆରା ନନଭେଜ୍ ଦହିବରା ଏବେ ସମସ୍ତଙ୍କୁ ଗୋପବନ୍ଧୁ ଛକ ଆଡକୁ ଟାଣିନେଉଛି । ଦାମ କମ ସହ ଟେଷ୍ଟ ବି ବଢିଆ ଥିବାରୁ ଦୋକାନରେ ଭିଡ ବି ବଢୁଛି ।