ହିମାଚଳ ପ୍ରଦେଶରେ ଟୋନ୍ସ ନଦୀକୁ ଖସି ପଡିଲା ବସ୍ : ୪୪ଯାତ୍ରୀଙ୍କ ମୃତ୍ୟୁ

22

କନକ ବ୍ୟୁରୋ : ହିମାଚଳ ପ୍ରଦେଶରେ ନଦୀକୁ ଖସି ପଡିଲା ବସ୍ । ଗୁମ୍ମା ଅଂଚଳରେ ଟୋନ୍ସ ନଦୀକୁ ଯାତ୍ରୀବାହୀ ବସ୍ ଖସିପଡିବା ଯୋଗୁଁ ୪୪ଜଣ ଯାତ୍ରୀଙ୍କର ମୃତ୍ୟୁ ହୋଇଛି । ତେବେ ବସରେ ୫୫ଜଣ ଯାତ୍ରୀ ଥିଲେ ବୋଲି ସୂଚନା ମିଳିଛି । ପୁଲିସ ଓ ପ୍ରଶାସନ ଘଟଣାସ୍ଥଳରେ ପହଂଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଛନ୍ତି ।

ଏବେ ବି ଅନେକ ଯାତ୍ରୀ ନିଖୋଜ ଅଛନ୍ତି । ଉତରାଖଣ୍ଡର ବିକାଶନଗରରୁ ହିମାଚଳପ୍ରଦେଶରେ ଥିବା ତ୍ୟୁନି ଅଂଚଳକୁ ଯାଉଥିବା ବେଳେ ଏହି ଦୁର୍ଘଟଣା ଘଟିଛି । ବସରେ ଥିବା ଅଧିକାଂଶ ଯାତ୍ରୀ ବିକାଶନଗର ଓ ତ୍ୟୁନିର ବାସିନ୍ଦା ବୋଲି ଜଣାପଡିଛି ।