ଅଜାନକୁ ନେଇ ସୋନୁ ନିଗମଙ୍କ ଟ୍ୱିଟ୍ ପ୍ରସଙ୍ଗ : ଫତୱା ପରେ ଲଣ୍ଡା ହେଲେ ସୋନୁ

26

କନକ ବ୍ୟୁରୋ : ଲଣ୍ଡା ହେଲେ ସୋନୁ ନିଗମ୍ । ସୋନୁଙ୍କ ବିରୋଧରେ ଫତୱାକୁ ଚ୍ୟାଲେଞ୍ଜ କରି ନିଜେ ଲଣ୍ଡା ହୋଇଛନ୍ତି ବଲିଉଡ୍ ସିଙ୍ଗର ସୋନୁ ନିଗମ୍ । ଅଜାନ୍ ସଂପର୍କରେ ବିବାଦୀୟ ଟ୍ୱିଟ୍ କରି ଚର୍ଚ୍ଚାରେ ଥିବା ସୋନୁଙ୍କ ବିରୋଧରେ ଫତୱା ଜାରି କରିଥିଲେ ପଶ୍ଚିମବଙ୍ଗର ସଂଖ୍ୟାଲଘୁ ୟୁନାଇଟେଡ୍ କାଉନସିଲର ଉପସଭାପତି ସୈୟଦ ଶା କାଦରି ।

ସୋନୁ ନିଗମଙ୍କୁ ଯେ ଲଣ୍ଡା କରି ପୁରୁଣା ଯୋତା ମାଳ ପିନ୍ଧାଇବ ତାକୁ ୧୦ ଲକ୍ଷ ଟଙ୍କାର ପୁରସ୍କାର ଦିଆଯିବ ବୋଲି ସେ ଘୋଷଣା କରିଥିଲେ । ଏହା ସହ ଫତୱା ଜାରି କରିଥିବା ସୈୟଦ ଶା କାଦରି କହିଛନ୍ତି ଯେ ସୋନୁ ନିଗମ୍ ଧର୍ମ ନିରପେକ୍ଷ ଭାରତୀୟ ସମ୍ବିଧାନକୁ ଅପମାନିତ କରିଛନ୍ତି । ମସଜିଦରେ ସବୁଦିନ ଲାଉଡସ୍ପିକରରେ ଅଜାନକୁ ନେଇ ଗତ ସୋମବାର ସୋନୁ ଟ୍ୱିଟ୍ କରିଥିଲେ । ଏହା ଦ୍ୱାରା ଲୋକଙ୍କ ନିଦ ଖରାପ ହେବା ସହ ଏହାକୁ ଧାର୍ମିକ ଗୁଣ୍ଡାଗର୍ଦ୍ଦି ବୋଲି କହିଥିଲେ ସୋନୁ । ତେବେ ଫତୱା ଜାରି ପରେ ଏହାକୁ ଚ୍ୟାଲେଂଜ୍ କରିଥିଲେ ।

ଏହା ସହ ଦେଖନ୍ତୁ ଏହି ଭିଡିଓ –