ଏଡ୍ସ ଭୟରେ ୨୪ ଘଂଟା : ୱେବସାଇଟରେ ଦିଆଯାଇଥିଲା ଭୁଲ୍ ରିପୋର୍ଟ

33

ସମ୍ବଲପୁର ବ୍ୟୁରୋ, କନକ ନ୍ୟୁଜ୍ : ବୁର୍ଲା ମେଡିକାଲରେ ଘଟିଛି ଅଭାବନୀୟ ଘଟଣା । ଏଡସ ଭୟରେ ଦୁଇ ରୋଗୀଙ୍କ ବିତିଛି ୨୪ ଘଂଟା । ଗଣମାଧ୍ୟମରେ ବି ପ୍ରଚାର ହୋଇଥିଲା, ଦୁଇ ରୋଗୀଙ୍କୁ ଏଚଆଇଭି ସଂକ୍ରମିତ ରକ୍ତ ଦିଆଯାଇଛି । ପରେ ଜଣାପଡିଲା ଜାଣିଶୁଣି ବ୍ଲଡ୍ ବ୍ୟାଙ୍କର କିଛି କର୍ମଚାରୀ ୱେବସାଇଟରେ ଭୁଲ୍ ତଥ୍ୟ ଅପଲୋଡ୍ କରିଥିଲେ । ବ୍ଲଡ ବ୍ୟାଙ୍କ ଅଧିକାରୀ କହିଛନ୍ତି, ଯେଉଁ ରକ୍ତ ଦିଆଯାଇଛି ତାର ରାପିଡ୍ ଓ ଏଲିସା ଟେଷ୍ଟରେ ନେଗେଟିଭ୍ ଆସିଛି । ଅର୍ଥାତ୍ ରକ୍ତରେ ଏଚଆଇଭି ଭୂତାଣୁ ନାହିଁ । ତେବେ କେଉଁ ପରିସ୍ଥିତିରେ ୱେବସାଇଟରେ ଭୁଲ୍ ତଥ୍ୟ ଅପଲୋଡ୍ କରାଗଲା ତାର ତଦନ୍ତ ନିର୍ଦେଶ ଦିଆଯାଇଛି ।