ଆଉ ସ୍ପୋର୍ଟସ ହଷ୍ଟେଲ ଯିବନି : ମୁମ୍ବାଇରୁ ଫେରି ବୁଦ୍ଧିଆ ସିଂଙ୍କ ଚାଂଚଲ୍ୟକର ବୟାନ

33

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍ : ବୁଦ୍ଧିଆ ଆଉ ସ୍ପୋର୍ଟ୍ସ ହଷ୍ଟେଲ ଫେରିବ ନାହିଁ । ଏଭଳି ଏକ ଚାଂଚଲ୍ୟକର ବୟାନ ଦେଇଛନ୍ତି ବିସ୍ମୟ ବାଳକ ବୁଦ୍ଧିଆ ସିଂଙ୍କ ମାଆ । ପ୍ରାୟ ଏକ ମାସର ଚର୍ଚ୍ଚା ପରେ ମୁମ୍ବାଇରୁ ଫେରିଛନ୍ତି ବୁଦ୍ଧିଆ । ତେବେ ତାଙ୍କୁ ଅପହରଣ କରାଯାଇ ନ ଥିଲା । ବରଂ ମୁମ୍ବାଇ ବୁଲିବାକୁ ଯାଇଥିବା କହିଛନ୍ତି ବୁଦ୍ଧିଆ।ପୂର୍ବରୁ ବୁଦ୍ଧିଆ ନିଖୋଜ ଏବଂ ତାଙ୍କୁ ଅପହରଣ କରାଯାଇଥିବା ନେଇ ଚର୍ଚ୍ଚା ହେଉଥିଲା । ବିଭିନ୍ନ ଭାବରେ ଏହି ପ୍ରସଙ୍ଗକୁ ଆଲୋଚନା କରାଯାଉଥିଲା । ଆଜି ତାହାର ଅନ୍ତ ଘଟିଛି । ତେବେ ବୁଦ୍ଧିଆ ସିଂ ସ୍ପୋର୍ଟ୍ସ ହଷ୍ଟେଲ ଫେରିବ ନାହିଁ ବୋଲି ତାଙ୍କ ମାଆ ସ୍ପଷ୍ଟ କହିବା ପରେ ଏବେ ଆଉ ଏକ ବିବାଦ ସୃଷ୍ଟି ହୋଇଛି।