ବିବାଦରେ କର୍ଣ୍ଣାଟକ ବିଧାୟକ ! ବିଧାନସଭା ଅଧିବେଶନ ସମୟରେ ମୋବାଇଲରେ ଦେଖୁଥିଲେ ଯୁବତୀଙ୍କ ଫଟୋ

219

କନକ ବ୍ୟୁରୋ : କର୍ଣ୍ଣାଟକ ବିଧାନସଭାର ବହୁଜନ ସମାଜ ପାର୍ଟି(ବିଏସ୍‌ପି) ବିଧାୟକ ଏନ୍‌ ମହେଶ ସୋମବାର ବିଧାନସଭା ମଧ୍ୟରେ ଜଣେ ଯୁବତୀଙ୍କ ଫଟୋ ଦେଖୁଥିବା ଅଭିଯୋଗ ହୋଇଛି । ମହେଶ କେବଳ ବିଧାନସଭା ଭିତରକୁ ମୋବାଇଲ୍‌ ନେଇ ନଥିଲେ ବରଂ ବିଧାନସଭାରେ ଅଧିବେଶନ ଚାଲୁଥିବା ସମୟରେ ସେ ମୋବାଇଲ୍‌ ବ୍ୟବହାର ମଧ୍ୟ କରୁଥିଲେ । ଯାହା ବି ହେଉ, ମହେଶ ନିଜ ଦୋଷ ସ୍ୱୀକାର କରିଛନ୍ତି । ମହେଶଙ୍କ ବିରୋଧରେ ଅଭିଯୋଗ ଆସିବା ପରେ ସେ ତାଙ୍କ ପୁଅ ପାଇଁ ଆସିଥିବା ଝିଅ ପ୍ରସ୍ତାବର ଫଟୋ ଦେଖୁଥିଲେ ବୋଲି ସଫେଇ ଦେଇଛନ୍ତି ।

ଗଣମାଧ୍ୟମରେ ମୁହଁ ଖୋଲି ସେ କହିଛନ୍ତି କି ‘ହଁ ମୁଁ ଭିତରକୁ ଫୋନ୍‌ ନେଇଥିଲି । ତାହା ନିଶ୍ଚିତ ଭାବେ ଭୁଲ୍‌ ଅଟେ । ମୁଁ ଏପରି ଆଉ କେବେ କରିବି ନାହିଁ । ମାତ୍ର ଏହା କିପ୍ରକାର ସାମ୍ବାଦିକତା ଯେ ଆପଣମାନେ ସବୁ ପ୍ରକାର କଥାକୁ ବଢ଼େଇ ଚଢ଼େଇ ଖବର କରି ପକାଉଛନ୍ତି ? ଜଣେ ବାପା ହିସାବରେ ମୁଁ ମୋ ପୁଅ ପାଇଁ ବୋହୂ ଦେଖୁଥିଲି ।’ ଉଲ୍ଲେଖଯୋଗ୍ୟ, ମହେଶ କର୍ଣ୍ଣାଟକର ମନ୍ତ୍ରୀ ମଧ୍ୟ ।