ଏବେ ବି ବଞ୍ଚିଛି ଅନ୍ଧବିଶ୍ୱାସ ! ସାପ କାମୁଡାରେ ମୃତ ବ୍ୟକ୍ତିଙ୍କୁ ବଞ୍ଚାଇବା ପାଇଁ ଫୋନରେ ଚାଲିଲା ଝଡାଫୁଙ୍କା ।

34

କନକ ବ୍ୟୁରୋ : ଏବେ ବି ବଂଚିଛି ଅନ୍ଧବିଶ୍ୱାସ । ଯାହାର ଉଦାହରଣ ଦେଖିବାକୁ ମିଳିଛି ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ମୁଖ୍ୟ ଡାକ୍ତରଖାନାରେ । ଜଣେ ବ୍ୟକ୍ତିଙ୍କୁ ସାପ କାମୁଡିବା ପରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିଲା । ହେଲେ ତାଙ୍କୁ ବଂଚାଇବା ପାଇଁ ଗୁଣିଆର ସହାୟତା ନିଆଯାଇଥିଲା ।

ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ମୁଖ୍ୟ ଡାକ୍ତରଖାନାରେ ଦେଖିବାକୁ ମିଳିଛି ଏକ ଭିନ୍ନ ଦୃଶ୍ୟ । ଚାଲିଛି ଛଡ଼ାଫୁଙ୍କା ଓ ଗୁଣିଗାରେଡି । ସାପ ବିଷ ଝଡାଇବାକୁ ଚାଲିଛି ଜୋରଦାର ଉଦ୍ୟମ । ସ୍ଥାନୀୟ ମହିଷାମୁଣ୍ଡା ଗ୍ରାମର ସିଦେ୍ଧଣ୍ୱର ଜେନା ନାମକ ଜଣେ ବ୍ୟକ୍ତିଙ୍କୁ ବିଷଧର ସାପ କାମୁଡି ଦେଇଥିଲା । ପରିବାର ଲୋକେ ଜଳେଶ୍ୱର ସ୍ଥିତ ଜିକେ ଭଟ୍ଟର ଡାକ୍ତରଖାନାକୁ ନେଇ ଆସିଥିଲେ । ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିଲା । ମାତ୍ର ପରିବାର ଲୋକେ ଏହାକୁ ବିଶ୍ୱାସ କରିନଥିଲେ । ସିଦେ୍ଧଶ୍ୱରକୁ ବଂଚାଇବା ପାଇଁ ବାରିପଦାର ଜଣେ ଗୁଣିଆଙ୍କ ସହ ଯୋଗାଯୋଗ କରିଥିଲେ ।

ଗୁଣିଆଙ୍କ କହିବା ମୁତାବକ ଆରମ୍ଭ ହୋଇଥିଲା ଛଡ଼ାଫୁଙ୍କା । ମୃତ ସିଦ୍ଦେଶ୍ୱରଙ୍କ ମୁଣ୍ଡଠୁଁ ଗୋଡ଼ ଯାଏଁ ନିମ୍ବ ଡାଳରେ ଝାଡୁଥିବାର ଦୃଶ୍ୟ ଦେଖିବାକୁ ମିଳିଥିଲା । ସେଥିରେ କିଛି ଫଳ ନହେବାରୁ ଡାକ୍ତରଖାନା କର୍ତୃପକ୍ଷଙ୍କୁ ନଜଣାଇ ରାତି ଅଧରେ ମୃତ ଶରୀରକୁ ଗୁଣିଆଙ୍କ ପାଖକୁ ନେଇ ଯାଇଥିଲେ ପରିବାର ଲୋକ । ତେବେ ଗୁଣିଆ ହାତ ଟେକି ଦେବାରୁ ପୁଣି ଫେରି ଆସିଥିଲେ ହସପିଟାଲକୁ । ଏଠି ପ୍ରଶ୍ନ ଉଠୁଛି, ଏକ ବିଂଶ ଶତାବ୍ଦୀରେ ବି କାହିଁକି ଲୋକଙ୍କ ମନରୁ ହଟୁନି ଅନ୍ଧବିଶ୍ୱାସର କଳାପଟି । ବାରମ୍ବାର ସଚେତନ କରାଯାଉଥିଲେ ବି ଡାକ୍ତରଙ୍କ ଅପେକ୍ଷା କାହିଁକି ଗୁଣିଆଙ୍କ ଉପରେ ରହିଛି ଅଧିକ ଭରସା ।