କୁନ୍ଦୁଲି ଗସ୍ତରେ ବିଜେପିର ୧୦ ଜଣିଆ ଟିମ୍ ! ସିବିଆଇ ତଦନ୍ତ ଦାବି କଲା ବିଜେପି

34

କନକ ବ୍ୟୁରୋ : କୁନ୍ଦୁଲି ଗସ୍ତରେ ବିଜେପିର ଟିମ୍ । ମୃତ ନାବାଳିକାଙ୍କ ପରିବାରକୁ ଭେଟିବ ବିଜେପିର ୧୦ ଜଣିଆ ଟିମ୍ । ବିଜେପି ରାଜ୍ୟ ସଭାପତି ବସନ୍ତ ପଣ୍ଡା କହିଲେ, କୁନ୍ଦୁଲି ଘଟଣା ପାଇଁ ରାଜ ସରକାର ଦାୟୀ । କୁନ୍ଦୁଲି ଘଟଣାରେ ଗଣମାଧ୍ୟମର କଣ୍ଠରୋଧ କରିବା ପାଇଁ ବୈଜୟନ୍ତଙ୍କୁ ଢ଼ାଲ କରାଯାଇଛି । କୁନ୍ଦୁୁଲି ଘଟଣାର ସିବିଆଇ ତଦନ୍ତ କରାଯାଉ ବୋଲି ଦାବି କରିଛି ବିଜେପିି ।

kunduliସୂଚନାଯୋଗ୍ୟ ଗତକାଲି କୁନ୍ଦୁଲି ପୀଡ଼ିତାଙ୍କ ମୃତ୍ୟୁ ପ୍ରତିବାଦରେ ସାରା ଓଙ୍ଗ଼ିସାରେ ବନ୍ଦ ପାଳନ କରାଯାଇଥିଲା ଉଭୟ ବିଜେପି ଓ କଂଗ୍ରେସ ୧୨ ଘଂଟିଆ ବନ୍ଦ ଡାକେରା ଦେଇଥିଲେ । ଓଡ଼ିଶା ବନ୍ଦ ହେଲା , ସମସ୍ତ ନିଜ ନିଜର ଦାବି ରଖିଲେ କିନତସୁ କ’ଣ ଫୀଡ଼ିତାଙ୍କୁ ଡ଼୍ୟାୟ ମିଳିଲା । କୁନ୍ଦୁଲି ପୀଡ଼ିତାଙ୍କ ପାଇଁ ତ ସମସ୍ତେ ତ କାନ୍ଦିବାର ଦାବି କରୁଛନ୍ତି, ହେଲେ କାହା ଆଖିରେ ଲୁହ ଦେଖାଯାଉନି, ଆଉ ଯାହା ଆଖିରେ ଲୁହ ଦେଖାଯାଉଛି, ସେ ଆଜି ମୁକ ପାଲଟି ଯାଇଛନ୍ତି । ମା’, ଯିଏ ଜନ୍ମ ଦେଇଥିଲେ । ଝିଅର ସବୁ ଅଳି-ଅର୍ଦ୍ଦଳିକୁ ହସି ହସି ସହିଯାଉଥିଲେ, ଆଜି ସେହି ଝିଅ ଯେଉଁ ଅମଡ଼ା ବାଟ ବାଛି ନେଇଛନ୍ତି, ତାକୁ ସହ୍ୟ କରିବା ମା’ ପାଇଁ ଆଉ ସଂଭବ ହେଉନି । ନ୍ୟାୟ ପାଇଁ ଲଢ଼ି ଲଢ଼ି ଆଜି ୧୪ବର୍ଷର କୁନି ଝିଅଟି ଏମିତି ଏକ ଅଜଣା ଦୁନିଆକୁ ଚାଲି ଯାଇଛନ୍ତି ଯେଉଁଠୁ କେହି କେବେ ଫେରି ନାହାଁନ୍ତି ।

ଏବେ ବି ଘର ଅଗଣାରେ ପଡ଼ି ରହିଛି ସେ ଓଢ଼ଣୀ, ବଂଚିବା ଅପେକ୍ଷା ଯାହାକୁ ବେକରେ ଲାଗଇ ଦେବା ସହଜ ମନେ କରିଥିଲେ । ଏ ହସ୍ପିଟାଲରୁ ସେ ହସ୍ପିଟାଲ ଯାଇ ପବିତ୍ରତାର ପରୀକ୍ଷା ଦେଇ ପାସ୍ ହୋଇଥିଲେ । ହେଲେ ସେହି ପବିତ୍ରତାକୁ କିଛି ଦୁବୃର୍ତ ଖିନଭିନ୍ କରି ଦେଇଥିବା ଦେଇ କହିକହି ତଣ୍ଡିଶୁଖିଲା ସିନା, ତାକୁ ସେ ପ୍ରମାଣିତ କରି କରିପାରିଲେ ନାହିଁ ।