ଭୁବନେଶ୍ୱରରେ ସାଧାରଣତନ୍ତ୍ର ଦିବସ ପାଇଁ ପ୍ରସ୍ତୁତି । ଗାନ୍ଧୀ ମାର୍ଗରେ ଅନୁଷ୍ଠିତ ହେଲା ଫୁଲଡ୍ରେସ ରିହର୍ସାଲ

59

କନକ ବ୍ୟୁରୋ : ଆସନ୍ତାକାଲି ଦେଶ ପାଳିବ ସାଧାରଣତନ୍ତ୍ର ଦିବସ । ଏଥିପାଇଁ ଦେଶର ପୁରପଲ୍ଲୀ ସବୁଠି ଚାଲିଛି ଜୋରଦାର ପ୍ରସ୍ତୁତି । ସାଧାରଣତନ୍ତ୍ର ଦିବସ ପାଇଁ ଭୁବନେଶ୍ୱରରେ ପ୍ରସ୍ତୁତି କରାଯାଇଛି । ଗାନ୍ଧୀ ମାର୍ଗରେ ଫୁଲଡ୍ରେସ ପରେଡ ରିହର୍ସଲ କରାଯିବା ସହ ସାଂସ୍କୃତିକ କାର୍ଯ୍ୟକ୍ରମର ମଧ୍ୟ ଅଭ୍ୟାସ କରାଯାଇଛି । ପରେଡ ରିହର୍ସଲ ସମୟରେ ନିଜେ ଡିଜିପି ଉପସ୍ଥିତ ରହିଥିଲେ । ଅନ୍ୟପଟେ ସୁରକ୍ଷା ବ୍ୟବସ୍ଥାର ଯାଂଚ କରାଯାଇଛି ।

ବିଭିନ୍ନ ସ୍କୁଲର ଛାତ୍ରଛାତୀ ଧୂନର ତାଳେତାଳେ ପ୍ୟାରେଡ ଅଭ୍ୟାସ କରୁଥିଲେ । ସମ୍ୁଖରେ ମକଡ୍ରିଲକୁ ଦେଖଥିଲେ ଗାଇଡ । ସ୍କାଉଟ, ଟ୍ରାଫିକ ପୋଲିସ, ପୋଲିସ, ସହ ଅନ୍ୟମାନେ ଅଭ୍ୟାସରେ ଲାଗିପଡିଥିଲେ ସଫଳତାର ସହ ସାଧାରଣତନ୍ତ୍ରଦିବସ ପାଳନ କରିବା ପାଇଁ ।

ସେପଟେ କେବଳ ପ୍ୟାରେଡ ନୁହେଁ, ସାଂସ୍କୃତିକ କାର୍ଯ୍ୟକ୍ରମ ପାଇଁ ବି ଜୋରସୋରରେ ଅଭ୍ୟାସ କରିଥିଲେ କଳାକାର । ସଂପୂର୍ଣ୍ଣ ମନଲୋଭା ବେଶପୋଷାକରେ ଆରମ୍ଭ ହୋଇଥିଲା ସାଂସ୍କୃତିକ ପରିବେଶ । ଆଉ ଏହି ଅଭ୍ୟାସ ଶିବିରକୁ ମନଭରି ଉପଭୋଗ କରିଥିଲେ ଉପସ୍ଥିତ ଜନତା ।