ଗୁଜୁରାଟ ବିଧାନସଭା ନିର୍ବାଚନରେ ବିଜେପିର ଦମଦାର ପ୍ରଦର୍ଶନ ! କଂଗ୍ରେସକୁ ଉସୁକାଇ ବିଜେପିର ମଜାକ୍ ଟ୍ୱିଟ୍ , ସୋସିଆଲ ମିଡିଆରେ କୌତୁକିଆ ଭିଡିଓ ପୋଷ୍ଟ

64

ଗୁଜରାଟରେ ବିଜେପିର ଦମଦାର ପ୍ରଦର୍ଶନ । କଂଗ୍ରେସକୁ ଧୂଳି ଚଖେଇଛି ବିଜେପି । ଏଠାରେ ଶାସନ କରୁଥିବା ଭାରତୀୟ ଜନତା ପାର୍ଟି ପୁଣି ଥରେ ସରକାର ଗଢିବା ସୁନିଶ୍ଚିତ ହୋଇଛି । ମତ ଗଣନାରେ ବିଜେପି ୧୮୨ ରୁ ୧୦୦ଟି ଆସନ ଜିତି ଆଗୁଆ ରହିଛି । ସେପଟେ କଂଗ୍ରେସ ୮୧ଟି ଆସନରେ ବିଜୟୀ ହୋଇଛି । ଭାଜପା ୨୦୧୨ ବିଧାନସଭା ନିର୍ବାଚନରେ ୧୧୫ ସିଟ୍ ଜିତି ଥିଲା ବେଳେ କଂଗ୍ରେସ ୬୧ ସିଟ୍ ହାତେଇଥିଲା । ହିମାଂଚଳ ପ୍ରଦେଶରେ ମଧ୍ୟ ବିଜେପି ସରକାର ଗଢିବା ଏକ ପ୍ରକାର ସ୍ଥିର ହୋଇସାରିଛି । ହିମାଂଚଳ ପ୍ରଦେଶର ମୋଟ ୬୩ଟି ସିଟରୁ ବିଜେପି ୪୩ଟି ଆସନରେ ବିଜୟ ହାସିଲ କରିଥିବା ବେଳେ କଂଗ୍ରେସ ୨୦-୨୧ ଟି ଆସନ ଜିତିଥିବା ଜଣାପଡିଛି ।

ବିଜେପିର ଏହି ବିଜୟରେ ପାର୍ଟିର ନେତା ଓ ସମର୍ଥକଙ୍କ ମହଲରେ ଖୁସିର ଲହରୀ ଖେଳିଯାଇଛି । ପାର୍ଟିର ଏହି ବିଜୟ ଖୁସିରେ ବିଜେପି ଆଇ ସେଲ ଅଧ୍ୟକ୍ଷ ଅମିତ ମାଲଭିୟା ଏକ ଭିଡିଓ ଟୁଇଟ୍ କରି କଂଗ୍ରେସକୁ ଉସୁକାଇଛନ୍ତି । ବିଶ୍ୱ କପ୍ ପରି ଅନେକ ବଡ ଟୁର୍ଣ୍ଣାମେଂଟରେ ପାକିସ୍ତାନ କ୍ରିକେଟ୍ ଟିମ୍ ଭାରତ ବିପକ୍ଷରେ ହାରିବା ଉପରେ ନିର୍ମିତ ବଛା ବଛା ବିଜ୍ଞାପନକୁ ଏଡିଟ୍ କରି ଅମିତ ମାଲଭିୟା ଟୁଇଟ୍ କରିଛନ୍ତି । ଏହି ବିଜ୍ଞାପନରେ ପାକିସ୍ତାନୀ ସମର୍ଥକଙ୍କୁ କଂଗ୍ରେସ ଓ ଟୁର୍ଣ୍ଣାମେଂଟକୁ ଗୁଜୁରାଟ ନିର୍ବାଚନ ଦର୍ଶାଇ ଏଡିଟ କରାଯାଇଛି । ଭିଡିଓରେ ରାହୁଲ ଗାନ୍ଧୀଙ୍କ ଫଟୋକୁ ମଧ୍ୟ ଯୋଡା ଯାଇଛି । ଏହି ଭିଡିଓକୁ ଟୁଇଟ୍ କରି ଅମିତ ମାଲଭିୟା ଲେଖିଛନ୍ତି ଯେ ଗୁଜରାଟରେ କଂଗ୍ରେସର ବିଜୟ ସ୍ୱପ୍ନ ଆହୁରି ଲମ୍ବା ହୋଇଯାଇଛି ।

ଏହା ପୂର୍ବରୁ ବିଜେପି ଗୁଜରାଟ ଏବଂ ହିମାଂଚଳ ପ୍ରଦେଶର ବିଜୟ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କର କାର୍ଯ୍ୟଶୈଳୀ ଓ ବିଜେପିର କଠିନ ପରିଶ୍ରମର ଶ୍ରେୟ ଦେଇଛନ୍ତି । କେନ୍ଦ୍ରୀୟ ଗୃହମନ୍ତ୍ରୀ ରାଜନାଥ ସିଂ ଏହି ବିଜୟକୁ ନେଇ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କର ମଜାକ୍ ଉଡାଇଛନ୍ତି । ରାମନାଥ ଏହା ମଧ୍ୟ କହିଛନ୍ତି ଯେ ଏହାକୁ କୁହନ୍ତି ମୁଣ୍ଡରେ ବଜ୍ର ପଡିବା।
( ସୌଜନ୍ୟ- ଜନସତ୍ତା)