ଆଇପିଏଲ ଦଳ ସନରାଇଜର୍ସ ହାଇଦ୍ରାବାଦର ଅଧିନାୟକ ପଦ ଛାଡିଲେ ଡେଭିଡ୍ ୱାର୍ଣ୍ଣର ! ବଲ ଟ୍ୟାମ୍ପରିଙ୍ଗ୍ ବିବାଦରେ ସମ୍ପୃକ୍ତି ଥିବାରୁ କ୍ୟାପଟେନ୍ସିକୁ ନେଇ ଉଠିଥିଲା ପ୍ରଶ୍ନ

39

କନକ ବ୍ୟୁରୋ : ସନରାଇଜର୍ସ ହାଇଦ୍ରାବାଦର ଅଧିନାୟକ ପଦ ଛାଡିଲେ ଡେଭିଡ୍ ୱାର୍ଣ୍ଣର । ବଲ ଟ୍ୟାମ୍ପରିଙ୍ଗ୍ ବିବାଦରେ ସମ୍ପୃକ୍ତି ଥିବାରୁ କ୍ୟାପଟେନସିପକୁ ନେଇ ଉଠିଥିଲା ପ୍ରଶ୍ନ । ତେବେ ଦଳ ପକ୍ଷରୁ କାର୍ଯ୍ୟାନୁଷ୍ଠାନ ନିଆଯିବ ପୂର୍ବରୁ ଆଗୁଆ ଇସ୍ତଫା ଦେଇଛନ୍ତି ୱାର୍ଣ୍ଣର । ଏହି ମାମଲାରେ ପୂର୍ବରୁ ରାଜସ୍ଥାନ ରୟାଲ୍ସର ଅଧିନାୟକ ପଦ ଛାଡିଥିଲେ ଷ୍ଟିଭ୍ ସ୍ମିଥ୍ । ତେବେ ଖୁବ୍ ଶୀଘ୍ର ନୂଆ ଅଧିନାୟକ ଘୋଷଣା କରାଯିବ ବୋଲି ସନରାଇଜର୍ସ ହାଇଦ୍ରାବାଦ ସିଇଓ ସୂଚନା ଦେଇଛନ୍ତି । ସେପଟେ ବଲ୍ ଟ୍ୟାମ୍ପରିଂ ମାମଲାରେ ଅଷ୍ଟ୍ରେଲିଆ କ୍ରିକେଟ ଦଳ ନେଇଛି କାର୍ଯ୍ୟାନୁଷ୍ଠାନ ।

ସିରିଜ୍ ଅଧାରୁ ଦକ୍ଷିଣ ଆଫ୍ରିକା ଛାଡ଼ି ଅଷ୍ଟ୍ରେଲିଆକୁ ଫେରିଛନ୍ତି ୩ ବିବାଦୀୟ ଖେଳାଳି । ଚତୁର୍ଥ ଟେଷ୍ଟରୁ ବାଦ୍ ପଡ଼ିଛନ୍ତି ଷ୍ଟିଭେନ୍ ସ୍ମିଥ୍, ଭେଡିଡ୍ ୱାର୍ଣ୍ଣର ଏବଂ ଓପନର୍ କାମେରୁନ୍ ବନକ୍ରଫ୍ଟ । ଦକ୍ଷିଣ ଆଫ୍ରିକା ଶୃଙ୍ଖଳାରେ ଏହି ୩ଜଣ ଖେଳାଳିଙ୍କ କୌଣସି ଭୂମିକା ନାହିଁ ତେଣୁ ସ୍ୱଦେଶ ଫେରିବେ ବୋଲି ଘୋଷଣା କରିଥିଲେ ଅଷ୍ଟ୍ରେଲିଆ କ୍ରିକେଟ୍ ମୁଖ୍ୟ । ତେବେ ଏହି ମାମଲାରୁ ବର୍ତି ଯାଇଛନ୍ତି- ମୁଖ୍ୟ କୋଚ୍ ଲିମ୍ୟାନ୍ । ତେବେ ଆଗାମୀ କିଛି ଘଂଟା ମଧ୍ୟରେ ଏହି ୩ ଜଣ ଖେଳାଳିଙ୍କ ବିରୋଧରେ ଆହୁରୀ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ ହୋଇପାରେ । ସ୍ୱିଥ୍ ଏବଂ ୱାର୍ଣ୍ଣରଙ୍କୁ ବର୍ଷକ ପାଇଁ ବାସନ୍ଦ କରାଯାଇପାରେ ।