କୋଟିପତି ହେବାକୁ ସୁଯୋଗ ଦେଉଛି ଭାରତୀୟ ରେଳବାଇ ! ସମୟ ଖୁବ୍ କମ୍, ପ୍ରତିଯୋଗିତାରେ ଭାଗ ନେଇ ଟଙ୍କା ଜିତନ୍ତୁ

13

ଭାରତୀୟ ଲୋକଙ୍କ ପାଖରେ ବିଭିନ୍ନ ଉପାୟ ଥିବା ସହ ମାଗଣାରେ ଉପଦେଶ ବି ଲୋକେ ଦେଇଥାନ୍ତି । ଆପଣ ବି ଏପରି କିଛି କରନ୍ତି କି ? ଯଦି ହଁ ତେବେ ଆପଣଙ୍କ ନିଆରା ଆଇଡ଼ିଆ ତଥା ଉପଦେଶ ଆପଣଙ୍କୁ ରୋଜଗାରର ମାଧ୍ୟମ ଯୋଗାଇବ । ଏବେ ଆପଣଙ୍କ ଆଇଡ଼ିଆ ଯୋଗୁଁ ଆପଣ ଲକ୍ଷପତି ହୋଇପାରନ୍ତି । ସେଥିପାଇଁ ଆପଣଙ୍କୁ ଭାରତୀୟ ରେଳବାଇକୁ ଆଇଡିଆ ଦେବାକୁ ପଡିବ । ଯଦି ଆପଣଙ୍କ ଆଇଡିଆ ପସନ୍ଦ ଆସିବ, ତେବେ ଆପଣ ୧୦ ଲକ୍ଷ ଟଙ୍କା ଜିତି ପାରିବେ । ଏଥିପାଇଁ ଆପଣଙ୍କୁ ରେଲୱେର ଏକ ପ୍ରତିଯୋଗିତାରେ ଭାଗ ନେବାକୁ ପଡିବ । ଏହି ପ୍ରତିଯୋଗିତାରେ ରେଳବାଇନିଜସ୍ୱ ଆମଦାନୀ କ୍ୟାସ ବଢାଉ ଓ ସୁନ୍ଦର ସର୍ଭିସ କ୍ୟାସ ଦେଉ, ଏଥିପାଇଁ ଆପଣଙ୍କୁ ପ୍ରସ୍ତାବ ଦେବାକୁ ପଡିବ । ଯଦି ଆପଣଙ୍କ ପ୍ରସ୍ତାବ ପସନ୍ଦ ଆସିଲା, ତେବେ ୧୦ ଲକ୍ଷରୁ ୧ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ପୁରସ୍କାର ଦିଆଯିବ । ଏହି ପ୍ରତିଯୋଗିତାରେ ଭାଗ ନେବା ପାଇଁ ଆପଣଙ୍କୁ ଅନଲାଇନ ଆବେଦନ କରିବାକୁ ପଡିବ । ଏବଂ ଦିଆଯାଇଥିବା ନିୟମାବଳୀ ଅନୁସାରେ ହିଁ ଆପଣ ଆପଣଙ୍କ ପ୍ରସ୍ତାବକୁ ରେଲୱେକୁ ପଠାଇପାରିବେ ।

ପ୍ରତିଯୋଗିତା କ’ଣ ରହିଛି ?

ରେଳବାଇ ଏହି ପ୍ରତିଯୋଗିତା ସାଧାରଣ ଜନତାଙ୍କ ପାଇଁ ନେଇ ଆସିଛି । ଯାହାର ନାମ ‘’‘’How to Raise Money For Railways To Provide Better Services’ ‘ ଅର୍ଥାତ ଭଲ ପ୍ରସ୍ତାବ ଦେଇ ଆପଣଙ୍କକ୍ୟାସ ବଢାନ୍ତୁ । ଏହି ପ୍ରତିଯୋଗିତା ଜରିଆରେ ରେଳବାଇକୁ ଆପଣ ଆପଣଙ୍କ ପ୍ରସ୍ତାବ ପଠାଇ ପାରିବେ । ସର୍ବଶ୍ରେଷ୍ଠ ପ୍ରସ୍ତାବ ଦେଇଥିବା ବ୍ୟକ୍ତିଙ୍କୁ ୧୦ ଲକ୍ଷ ଟଙ୍କାର ପୁରସ୍କାର ରାଶି ପ୍ରଦାନ କରାଯିବ । ଦ୍ୱିତୀୟ ସ୍ଥାନ ଅଧିକାର କରିଥିବା ବିଜେତାକୁ ୫ ଲକ୍ଷ ଟଙ୍କା ଦିଆଯିବ । ସେହିପରି ତୃତୀୟ ସ୍ଥାନରେ ରହିଥିବା ବ୍ୟକ୍ତିଙ୍କୁ ୩ ଲକ୍ଷ ଟଙ୍କା ପୁରସ୍କାର ଦିଆଯିବ ବେଳେ ଚତୁର୍ଥ ସ୍ଥାନରେ ରହିଥିବା ବ୍ୟକ୍ତିଙ୍କୁ ୧ ଲକ୍ଷ ଟଙ୍କା ପୁରସ୍କାର ରାଶି ପ୍ରଦାନ କରାଯିବ ।

କିଭଳି କରିବେ ଆବେଦନ ?

ଯଦି ଆପଣ ଏହି ପ୍ରତିଯୋଗିତାରେ ଅଂଶ ଗ୍ରହଣ କରିବାକୁ ଚାହୁଁଛନ୍ତି, ୧୯ ମଇ ୨୦୧୮ ସଂନ୍ଧ୍ୟା ୬ ମଧ୍ୟରେ ପଞ୍ଜିକରଣ କରାଇବା ପାଇଁ ପଡ଼ିବ । ଏହା ବ୍ୟତୀତ ଆପଣଙ୍କୁ କିଛି ପ୍ରମୁଖ ନିର୍ଦେଶକୁ ପାଳନ କରିବାକୁ ହେବ । ପ୍ରଥମେ ହିନ୍ଦୀ କିମ୍ବା ଇଂରାଜୀ ଭାଷାରେ ଲେଖିବା ଜରୁରୀ । ତା’ସହ ଆଇଡିଆ ୧୦୦୦ ଶଦ୍ଦରୁ ଅଧିକ ହେବା ଦରକାର ନାହିଁ । ଆପଣଙ୍କୁ ୨୫୦ର ଶଦ୍ଦର ନିଷ୍କର୍ଷ ବି ଅଲଗା ଲେଖିବାକୁ ହେବ । ଏହାସହ ଆପଣ ଆପଣଙ୍କ ଆଇଡିଆକୁ ପିଡିଏଫ ଫାଇଲ ବା ପାୱାର ପଏଣ୍ଟ ପ୍ରେଜେଣ୍ଟସେଂନରେ ପଠାଇବାକୁ ହେବ । ଏଥିପ୍ରତି ବି ଧ୍ୟାନ ଦେବେ କି, ଏହାର ଆକାର ୮ ଏମବିରୁ ଅଧିକ ନ ହେଉ ।

ଯୋଗ୍ୟତା କ’ଣ ?

ରେଲୱେ ମନ୍ତ୍ରାଳୟର ଅଧିକୃତ ଟୁଇଟର ହ୍ୟାଣ୍ଡେଲରେ ଦିଆଯାଉଥିବା ସୂଚନା ଅନୁସାରେ ଏହି ପ୍ରତିଯୋଗିତାରେ ଭାଗ ନେଉଥିବା ଆଶାୟୀଙ୍କୁ ୨୦ ମାର୍ଚ୍ଚ ୨୦୧୮କୁ ୧୮ ବର୍ଷ ହେବା ଅନିବାର୍ଯ୍ୟ ଅଟେ ।