ରେମୁଣାରେ ଫୁଟିଲା ଗୁଳି । ୨ ଗୋଷ୍ଠୀ ମଧ୍ୟରେ ବଚସା ପରେ ତୀବ୍ର ହୋଇଥିଲା ଗଣ୍ଡଗୋଳ

230

କନକ ବ୍ୟୁରୋ : ବାଲେଶ୍ୱରରେ ଗୁଳିକାଣ୍ଡ । ରେମୁଣା ମେଡିକାଲ୍ କଲେଜ୍ ଛକ ନିକଟରେ ଜଣେ ଯୁବକଙ୍କୁ ଗୁଳି କରାଯାଇଛି । ଦୁଇ ଗୋଷ୍ଠୀ ମଧ୍ୟରେ ବଚସା ପରେ ଗୁଳିକାଣ୍ଡ ହୋଇଥିବା ଜଣାପଡିଛି । ଗୁଳିକାଣ୍ଡରେ ଗୋଟିଏ ଗୋଷ୍ଠୀର ଜଣେ ଯୁବକ ଗୁରୁତର ଆହତ ହୋଇଛନ୍ତି । ତାଙ୍କୁ ରେମୁଣା ମେଡିକାଲରେ ଭର୍ତି କରାଯାଇଛି । ଗୁଳିକାଣ୍ଡ ପରେ ଯୁବକ ମାନେ ଫେରାର ହୋଇଯାଇଛନ୍ତି । ପୋଲିସ ଘଟଣାସ୍ଥଳରେ ତଦନ୍ତ ଜାରି ରଖିଛି ।

ମିଳିଥିବା ସୂଚନା ଅନୁଯାୟୀ, ଏହି ଗୁଳିକାଣ୍ଡରେ ଆହତ ହୋଇଥିବା ଯୁବକର ନାଁ ସଂଭବ ସାହୁ । ଘର ରେମୁଣା ଥାନା ମନ୍ଦାରପୁର ଗାଁରେ । କାଲି ସନ୍ଧ୍ୟାରେ ମେଡ଼ିକାଲ ଛକ ନିକଟ ତାଙ୍କ ମାମୁଁଙ୍କ ହୋଟେଲରେ ବସିଥିବା ସମୟରେ କିଛି ଦୁର୍ବୃତ ଆସି ତାଙ୍କ ଉପରେ ଗୁଳିମାଡ଼ କରିଥିଲେ । ସମ୍ଭବଙ୍କ ଡାହାଣ ହାତରେ ଗୁଳି ବାଜିଥିବା ଜଣାପଡ଼ିଛି ।