ବାବରୀ ମସଜିଦ ଥିଲା, ଅଛି ଓ ରହିବ: ଅଯୋଧ୍ୟା ରାମ ମନ୍ଦିର ନିର୍ମାଣ ମାମଲାରେ ଏଆଇଏମ ଆଇଏମ ମୂଖ୍ୟଙ୍କ ବିବାଦୀୟ ବୟାନ

30

ଏଆଇଏମ୍ଆଇଏମର ମୁଖ୍ୟ ତଥା ହାଇଦ୍ରାବାଦ ସାଂସଦ ଅସାଉଦ୍ଦିନ୍ ଓେଓ୍ଵସିଙ୍କର ସଦ୍ୟତମ ବକ୍ତବ୍ୟ ପୁଣି ବିବାଦ ସୃଷ୍ଟି କରିଛି। ଅଯୋଧ୍ୟା ମାମଲାରେ ସେ କହିଛନ୍ତି “ ଆମେ ବିବାଦୀୟ ଜମିରେ ବାବରୀ ମସଜିଦ କରିବାର ଦାବିକୁ କେବେ ପ୍ରତ୍ୟାହାର କରିବୁନି”ା ଶନିବାର ଦିନ ନୂଆଦିଲ୍ଲୀ ଠାରେ ସୋସାଇଟି ଫର୍ ଇଣ୍ଟେଗ୍ରେଟିଭ୍ ଆଙ୍କୋଲୋଜିର ଏକ କାର୍ୟ୍ୟକ୍ରମରେ ସେ କହିଛନ୍ତି “ ଆମର ମସଜିଦ ସେଠି ଥିଲା, ଅଛି , ରହିବ ଓ ସୁପ୍ରିମକୋର୍ଟର ନିର୍ଣ୍ଣୟ ଆମ ପକ୍ଷରେ ଯିବା ପରେ ପୁଣି ଥରେ ସେହି ସ୍ଥାନରେ ବାବରୀ ମସଜିଦ ହେବ । ମତେ ପୂର୍ଣ୍ଣ ବିଶ୍ୱାସ ଅଛି ଯେ ସୁପ୍ରିମକୋର୍ଟର ଫଇସଲା ଆସ୍ଥା ଆଧାରରେ ନହୋଇ ବରଂ ପ୍ରମାଣ ଆଧାରରେ ହେବ ।

ପଂଜାବ ନ୍ୟାସନାଲ ବ୍ୟାଙ୍କ ଠକେଇ ବିଷୟରେ ପିଏମ ମୋଦୀଙ୍କ ଉପରେ ଟାରଗେଟ କରି ସେ କହିଛନ୍ତି ଯେ ଗୀତାଞ୍ଜଳି ଜେମ୍ସର ମାଲିକ ମେହୁଲ ଚୋକସି ଙ୍କ ସହ ତାଙ୍କର ସଂପକଁ କଣ ? ଯେଉଁ ଲୋକମାନେ ଆମକୁ ପାକିସ୍ତାନୀ କହୁଛନ୍ତି, ମୁଁ ତାଙ୍କୁ ପଚାରିବାକୁ ଚାହେଁ ଯେ ହର୍ଷଦ ମେହେତା, କେତନ ପାରେଖ, ନିରବ ମୋଦି କ’ଣ ମୁସଲମାନ? ପ୍ରଧାନମନ୍ତ୍ରୀ ଭାଇ ଡାକୁଥିବା ଲୋକମାନେ ଦେଶକୁ ଲୁଣ୍ଠନ କରିଛନ୍ତି। ହିନ୍ଦୁ-ମୁସଲମାନ ଭାଇ ଭାଇ ସିଦ୍ଧାନ୍ତରେ ବିଶ୍ୱାସ କରୁଛନ୍ତି ଯଦି ଆମର ସହାୟତା କାହିଁକି କରୁନାହାଁନ୍ତି । ଦେଶ ଏବେ ହିନ୍ଦୁତ୍ୱ ଦେଶ ହେବାକୁ ଯାଉଛି। ଆମ ସହିତ ଦ୍ୱିତୀୟ ଶ୍ରେଣୀ ନାଗରିକ ଭଳି ବ୍ୟବହାର କରାଯାଉଛି ।