ଗୋଟିଏ ଜାହାଜରୁ ଚିହ୍ନଟ ହେଲେ ୮ଶହ କରୋନା ସଂକ୍ରମିତ । ଚିନ୍ତାରେ ଅନ୍ୟ ୪୬ଶହ ଯାତ୍ରୀ

811

କନକ ବ୍ୟୁରୋ : ଅଷ୍ଟ୍ରେଲିଆର ଏକ ଜାହାଜରୁ ୮୦୦ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି । ଜାହାଜଟିକୁ ଅଷ୍ଟ୍ରେଲିୟାର ସିଡନୀରେ ଡକ୍ କରାଯାଇଛି । ମାଜିଷ୍ଟିକ୍ ପ୍ରିନ୍ସସେସ୍ ନାମକ ଏକ ଜାହାଜଟି ନ୍ୟୁଜଲ୍ୟାଣ୍ଡରୁ ୪୬୦୦ ଯାତ୍ରୀ ଓ ଚାଳକଙ୍କୁ ନେଇ ଯାତ୍ରା ଆରମ୍ଭ କରିଥିଲେ । ଯାତ୍ରାର ୧୨ ଦିନ ମଧ୍ୟରେ ଏତେ ସଂଖ୍ୟାକ କରୋନା ପଜିଟିଭ୍ ଲୋକଙ୍କ ଚିନ୍ତା ବଢାଇଛି । ବହୁସଂଖ୍ୟକ କରୋନା ରୋଗୀ ଚିହ୍ନଟ ପରେ ଜାହାଜରେ ଥିବା ଅନ୍ୟ ଯାତ୍ରୀ ମଧ୍ୟ ଆତଙ୍କିତ ହୋଇଛନ୍ତି । ତେବେ ଆକ୍ରାନ୍ତଙ୍କ ଠାରେ କରୋନାର ସାମାନ୍ୟ ଲକ୍ଷଣ ଦେଖିବାକୁ ମିଳିଛି । ଯେଉଁମାନେ କ୍ୱାରେଟିନ୍ରେ ରହିବେ ସେମାନଙ୍କୁ ଜାହାଜର କର୍ମଚାରୀ ମାନେ ସହାୟତା ପ୍ରଦାନ କରିବେ ବୋଲି କମ୍ପାନୀ ଘୋଷଣା କରିଛି । ଏହା ପୂର୍ବରୁ ୨୦୨୦ ମସିହା ଆରମ୍ଭରୁ ଏକ ଜାହାଜରୁ ୯୦୦ କରୋନାରୋଗୀ ଚିହ୍ନଟ ହୋଇଥିଲେ । ଏଥିରେ ୨୮ ଜଣଙ୍କ ମୃତ୍ୟୁ ହୋଇଛି ।

ଏବେ ପୁଣି ଏତେ ସଂଖ୍ୟା ରୋଗୀ ଚିହ୍ନଟ ହେବା ଘଟଣା ପରେ ଲୋକଙ୍କ ମଧ୍ୟରେ ଆତଙ୍କ ବଢିଛି । ସେପେଟେ ଚାଇନାରେ ଆତଙ୍କ ଖେଳାଉଛି କରୋନା । ଶୁକ୍ରବାର ଦେଶରେ ୧୦ହଜାରରୁ ଉଦ୍ଦ୍ୱର୍ କରୋନା ମାମଲା ସାମ୍ନାକୁ ଆସିଛି । ଦେଶରେ କରୋନାର ନୂଆ ଲହର ପାଇଁ ରାଜଧାନୀ ବେଜିଂର ସିଟି ପାର୍କଗୁଡିକୁ ବନ୍ଦ କରିଦିଆଯାଇଛି । ଏଥିସହ ବିଭିନ୍ନ କଟକଣା ମଧ୍ୟ ଲଗାଯାଇଛି ।