ହିମାଚଳରେ ୬୮ ଟି ବିଧାନସଭା ଆସନ ପାଇଁ ସରିଲା ମତଦାନ । ଡିସେମ୍ବର ୮ ରେ ଭୋଟ ଗଣତି

112

କନକ ବ୍ୟୁରୋ : ହିମାଚଳ ପ୍ରଦେଶରେ ମତଦାନ ହୋଇଛି । ହିମାଚଳ ପ୍ରଦେଶର ମୋଟ୍ ୬୮ ବିଧାନସଭା ଆସନ ପାଇଁ ଶନିବାର ଭୋଟଗ୍ରହଣ ହୋଇଛି । ରାଜ୍ୟର ୭ହଜାର ୮୮୧ ମତଦାନ କେନ୍ଦ୍ରରେ ମତଦାନ କରାଯାଇଛି । ସକାଳ ୮ ଟାରୁ ଭୋଟିଂ ଆରମ୍ଭ ହୋଇ ସନ୍ଧ୍ୟା ୫ଟା ୩୦ ଯାଏଁ ଚାଲିଥିଲା । ଜେପି ନଡ୍ଡା ବିଲାସପୁରରେ ଭୋଟ ଦେଇଛନ୍ତି । ଏହି ପାହାଡି ରାଜ୍ୟରେ ୫୫ଲକ୍ଷରୁ ଅଧିକ ଭୋଟର ଥିବା ବେଳେ ୪୧୨ ପ୍ରାର୍ଥୀଙ୍କ ଭାଗ୍ୟପରୀକ୍ଷା ହୋଇଛ । ଡିସେମ୍ବର ୮ରେ ଏନେଇ ଫଳାଫଳ ପ୍ରକାଶ ପାଇବ । ହିମାଚଳରେ ଏବେ ବିଜେପି କ୍ଷମତାରେ ଥିବା ବେଳେ ଏହି ନିର୍ବାଚନରେ ମୁଖ୍ୟତଃ ବିଜେପି ଓ କଂଗ୍ରେସ ମଧ୍ୟରେ ଟକ୍କର ହେଉଛି । ତେବେ ଆମ୍ ଆଦମୀ ପାର୍ଟି ମଧ୍ୟ ଭଲ ପ୍ରଦର୍ଶନ କରିବାକୁ ଲକ୍ଷ୍ୟ ରଖିଛି । ହିମାଚଳ ମୁଖ୍ୟମନ୍ତ୍ରୀ ଜୟରାମ ଠାକୁର ସିରାଜ ବିଧାନସଭା ଆସନରୁ ଲଢ଼ୁଛନ୍ତି । ଅନ୍ୟପଟେ ଗୁଜରାଟ ନିର୍ବାଚନ ପାଇଁ ସବୁ ଦଳ ଜୋରଦାର ପ୍ରଚାରରେ ଲାଗିଛନ୍ତି । ଗୁଜରାଟ ନିର୍ବାଚନ ଦୁଇଟି ପର୍ଯ୍ୟାୟରେ ହେବ । ଏଥିପାଇଁ ଡିସେମ୍ବର ୧ ଓ ୫ ତାରିଖରେ ଭୋଟଗ୍ରହଣ ହେବ । ଡିସେମ୍ବର ୮ରେ ମତଗଣନା କରାଯିବ ।