ରାଜଧାନୀରେ ଯୁବକଙ୍କୁ ଗୋଡେଇ ଗୋଡେଇ ହାଣିଲେ ଦୁର୍ବୃତ୍ତ । ୟୁନିଟ୍‌-୯ରେ ଆତଙ୍କରାଜ, ଜଣକୁ ବାନ୍ଧିଲା କମିସନରେଟ୍ ପୋଲିସ ।

357

କନକ ବ୍ୟୁରୋ : ରାଜଧାନୀରେ ଯୁବକଙ୍କୁ ଗୋଡେଇ ଗୋଡେଇ ହାଣିଲେ ଦୁର୍ବୃତ୍ତ । ୟୁନିଟ ୯ ଅଂଚଳର ଗ୍ରୀଡକୋ ପଡିଆରେ ଜଣେ ଯୁବକକୁ ସଂଘବଦ୍ଧ ଆକ୍ରମଣ ହୋଇଛି । ପ୍ରାୟ ୫ ରୁ ୬ ଜଣ ଯୁବକ ଖଣ୍ଡା ଓ ଭୁଜାଲିରେ ଜଣେ ଯୁବକକୁ ଗୋଡେଇ ଗୋଡେଇ ହାଣିଛନ୍ତି । ଗୁରୁତର ଅବସ୍ଥାରେ ଯୁବକକୁ ଘରୋଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।

ଆହତ ଯୁବକଙ୍କ ନାମ ପି. ଆକାଶ ଦୋରା । ଦୁର୍ବୃତଙ୍କ ଆକ୍ରମଣରେ ତାଙ୍କ ଶରୀରରେ ଏକାଧିକ କ୍ଷତ ଚିହ୍ନ ସୃଷ୍ଟି ହୋଇଛି । ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଏହି ଆକ୍ରମଣ ହୋଇଥିବା ପୁଲିସ ସୂଚନା ଦେଇଛି । ଅନ୍ୟପଟେ ଏହି ଆକ୍ରମଣ ଘଟଣାରେ ସଂପୃକ୍ତ ଜଣେ ଅଭିଯୁକ୍ତକୁ ଅଟକ ରଖି କମିସନରେଟ ପୁଲିସ ପଚରା ଉଚରା କରୁଛି ।