ଶେଷ ହେଲା ଦେଶର ଲୋକପ୍ରିୟ ରିୟଲିଟି ଶୋ’ ବିଗବସ୍ ସିଜନ୍ ୧୩ : ବିଜେତାର ମୁକୁଟ ପିନ୍ଧିଲେ ସିଦ୍ଧାର୍ଥ ଶୁକ୍ଲା , ରନର୍ସ ଅପ୍ ହେଲେ ଆସିମ୍ ରିୟାଜ୍

444

ଗତକାଲି ବହୁ ଚର୍ଚ୍ଚିତ ଟେଲିଭିଜନ ଶୋ’ ବିଗ୍ ବସ୍ ସିଜିନ-୧୩ ର ଥିଲା ଗ୍ରାଣ୍ଡ ଫିନାଲେ। ଏଥିରେ ବିଜେତା ହୋଇଛନ୍ତି ସିଦ୍ଧାର୍ଥ ଶୁକ୍ଳା। ତୀବ୍ର ପ୍ରତିଦ୍ବନ୍ଦ୍ବିତାରେ ସମସ୍ତଙ୍କୁ ପଛରେ ପକାଇ ଟିଭି ଅଭିନେତା ସିଦ୍ଧାର୍ଥ ବିଗ୍ ବସ୍ ଟ୍ରଫି ହାସଲ କରିଛନ୍ତି। ଫିନାଲେ ପୂର୍ବରୁ ଅନ୍ଲାଇନ୍ ପୋଲରେ ମଧ୍ୟ ସିଦ୍ଧାର୍ଥ ସମସ୍ତଙ୍କଠାରୁ ଆଗରେ ରହିଥିଲେ। ସିଜନ୍ ୧୩ ରେ ସିଦ୍ଧାର୍ଥ ସବୁଠାରୁ ବିବାଦୀୟ ପ୍ରତିଯୋଗୀ ଥିଲେ।

ଫିନାଲେ ପୂର୍ବରୁ ତାଙ୍କ ପରିବାର ସଦସ୍ୟ କହିଥିଲେ ଯେ ବିଗ୍ ବସର ଗୋଟିଏ ପରେ ଗୋଟିଏ ଅଧ୍ୟାୟରେ ସିଦ୍ଧାର୍ଥ ସମସ୍ତଙ୍କ ମନ ଜିଣିଥିଲେ ଏବଂ ସେ ବିଜେତା ହେବା ଏକପ୍ରକାର ନିଶ୍ଚିତ ଥିଲା। ଏହି ଶୋ’ରେ ୬ ଜଣ ପ୍ରତିଯୋଗୀ ବିଜେତା ଟ୍ରଫି ପାଇଁ ତୀବ୍ର ପ୍ରତିଦ୍ବନ୍ଦ୍ବିତା କରିଥିଲେ। ସିଦ୍ଧାର୍ଥ ଶୁକ୍ଳାଙ୍କ ସମେତ, ରଶ୍ମୀ ଦେଶାଇ, ଆସିମ୍ ରିୟାଜ, ଶେହନାଜ ଗିଲ୍, ପାରସ୍ ଛାବରା ଏବଂ ଆରତୀ ସିଂହ ସାମିଲ ଥିଲେ। ବିଜେତା ସିଦ୍ଧାର୍ଥଙ୍କୁ ୱିନର୍ସ ଟ୍ରଫି ସହିତ ୪୦ ଲକ୍ଷ ଟଙ୍କା ପୁରସ୍କାର ପ୍ରଦାନ କରାଯାଇଛି। ଶୋ’ର ହୋଷ୍ଟ୍ ସଲମାନ ଖାନ୍ ଶେହନାଜ ଗିଲଙ୍କୁ ବିଗ୍ ବସ୍ ଇତିହାସରେ ସବୁଠାରୁ ନିଆରା ପ୍ରତିଯୋଗୀ ବୋଲି କହିଥିଲେ।