ତୃତୀୟ ଥର ପାଇଁ ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଭାବେ ଆଜି ଶପଥ ନେବେ ଅରବିନ୍ଦ କେଜ୍ରିୱାଲ : ରାମଲୀଳା ମୈଦାନରେ ହେବ ଶପଥ ଗ୍ରହଣ ସମାରୋହ , ଅତିଥୀ ହେବେ ଶିକ୍ଷକ, ଡାକ୍ତର , ଡ୍ରାଇଭର

112

ଦିଲ୍ଲୀ ବିଧାନସଭା ନିର୍ବାଚନରେ ବମ୍ପର ବିଜୟ ପରେ ଆଜି ରାମଲୀଳା ମୈଦାନରେ ଶପଥ ନେବେ ଆପ୍ ମୁଖ୍ୟ ଅରବିନ୍ଦ କେଜ୍ରିୱାଲ । ତୃତୀୟ ଥର ପାଇଁ ଶପଥ ନେବାକୁ ଯାଉଥିବା କେଜ୍ରିୱାଲ ଦିଲ୍ଳୀବାସୀଙ୍କୁ ଶପଥ ସମାରୋହରେ ଯୋଗଦେବାକୁ ନିମନ୍ତ୍ରଣ କରିଛନ୍ତି । ଏହି ଉତ୍ସବରେ କେଜ୍ରିୱାଲଙ୍କ ସହ ଆଉ ୬ଜଣ ମନ୍ତ୍ରୀ ମଧ୍ୟ ଶପଥ ନେବେ । ତେବେ ସବୁଠୁ ଚର୍ଚ୍ଚାରେ ରହିଛି ତାଙ୍କ ଶପଥ ଗ୍ରହଣ ଉତ୍ସବରେ ମଂଚ ଉପରେ ବସିବାକୁ ଥିବା ଅତିଥିଙ୍କୁ ନେଇ । କାରଣ କେଜ୍ରିୱାଲଙ୍କ ଶପଥ ଗ୍ରହଣ ଉତ୍ସବରେ ମଂଚ ଉପରେ ବସିବେ ଦିଲ୍ଲୀ ବିକାଶ ପାଇଁ ବିଭିନ୍ନ କ୍ଷେତ୍ରରେ କାର୍ୟ୍ୟ କରିଥିବା ୫୦ରୁ ଅଧିକ ଶିକ୍ଷକ, ଡାକ୍ତର, ପୋଲିସ, ଡ୍ରାଇଭର, ଚପରାଶିଙ୍କ ଭଳି କର୍ମଚାରୀ ।