ଓଡିଆ ଅଡୁଆରେ ବିଜେଡି: ଆଜିଠାରୁ ଭାଷା ଆଇନ୍ କାର୍ଯ୍ୟକାରୀ ନେଇ ବିରୋଧିଙ୍କ ଜିଦ୍

40

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍ : ବିଧାନସଭାରେ ଉଠିଲା ଓଡିଆ ଭାଷାକୁ ସରକାରୀ ଭାଷା ଭାବେ ବ୍ୟବହାର କରିବା ପ୍ରସଙ୍ଗ । ଆଜିଠାରୁ ଓଡିଆ ଭାଷା ଆଇନକୁ କାର୍ଯ୍ୟକାରୀ କରିବା ଦାବିରେ ଗୃହରେ ହଟ୍ଟଗୋଳ କରିଛନ୍ତି ବିରୋଧୀ ।
ତେବେ ଗୃହ ମଧ୍ୟଭାଗକୁ ଆସି ପ୍ଲାକାର୍ଡ ପ୍ରଦର୍ଶନ କରିଥିଲେ ବିରୋଧୀ । ସେପଟେ ବିରୋଧୀ ବିଜେପି ସଦସ୍ୟ ମଧ୍ୟ ଏହି ଦାବିଙ୍କୁ ସମର୍ଥନ କରି ନିଜ ନିଜ ଆସନ ପାଖରେ ଠିଆ ହୋଇଥିଲେ । ଗୃହର ମଧ୍ୟଭାଗରେ ହୋହାଲ୍ଲା କରିଥିଲେ ବିରୋଧୀ କଂଗ୍ରେସ ବିଧାୟକ । ପ୍ଲାକାର୍ଡ ପ୍ରଦର୍ଶନ ବନ୍ଦ କରିବା ପାଇଁ ବାଚସ୍ପତି ବାରମ୍ବାର ଅନୁରୋଧ କରିଥିଲେ । କିନ୍ତୁ ନାରାବାଜି ସହ ପ୍ଲାକାର୍ଡ ପ୍ରଦର୍ଶନ ଜାରି ରଖିଥିଲେ ବିରୋଧୀ । ଶେଷରେ ବାଧ୍ୟ ହୋଇ ଗୃହକୁ ମୁଲତବୀ ରଖିଲେ ବାଚସ୍ପତି ।

ଦୁଇ ଦୁଇ ଥର ମୁଲତବୀ ହୋଇଥିଲେ ବିଧାନସଭାର କାର୍ଯ୍ୟ । ମଧୁ ଜୟନ୍ତି ଦିବସରେ ଓଡିଆ ଭାଷା ଆଇନ ଲାଗୁ କରିବାକୁ ଦାବି କରିଛନ୍ତି ବିରୋଧୀ । ଅନ୍ୟପଟେ ରାଜ୍ୟରେ ବିଜେଡି ସରକାର ଓଡିଆ ଭାଷା ଓ ସଂସ୍କୃତି ନେଇ ବହୁ ପ୍ରକାର ପଦକ୍ଷେପ ନେଇଛନ୍ତି । ଅନ୍ୟପଟେ ଓଡିଆ ଭାଷା ଆଇନ ୧୯୫୪କୁ କାର୍ଯ୍ୟକରିବା ପାଇଁ ଆଜି ଚିତ୍କାର କରୁଥିବା କଂଗ୍ରେସ ନିଜ ଶାସନ କାଳରେ କଣ କରିଛି ବୋଲି ବିଜେଡି ପାଲଟା ପ୍ରଶ୍ନ କରିଛି ।