ଗଜପତି ସୀମାରେ ଆନ୍ଧ୍ରର ନିର୍ବାଚନ ଚାଲକୁ ଶକ୍ତ ଝଟକା । ଲକ୍ଷ୍ମୀ ଶବରଙ୍କ ପରେ ପ୍ରଶାସନ ଚାପରେ ପ୍ରାର୍ଥୀପତ୍ର ପ୍ରତ୍ୟାହାର କଲେ ଦ୍ରୌପଦୀ ଶବର 

ପଣ୍ଡ ହୋଇଛି ପଡୋଶୀର ଚାଲ

131
କନକ ବ୍ୟୁରୋ : ପଣ୍ଡ ହୋଇଛି ପଡୋଶୀର ଚାଲ । ଓଡିଶାରେ ପଶି ନିର୍ବାଚନ କରିବାକୁ ଚାହୁଁଥିବା ଆନ୍ଧ୍ର ପ୍ରଦେଶକୁ ଲାଗିଛି ଶକ୍ତ ଝଟ୍କା । ଗଜପତି ଜିଲ୍ଲା ପ୍ରଶାସନର ଚାପ ପରେ ଆନ୍ଧ୍ରପ୍ରଦେଶ ନିର୍ବାଚନରୁ ଓହରିଛନ୍ତି ଓଡିଶାର ପ୍ରାର୍ଥୀ । ପୂର୍ବରୁ ଗଜପତିର ଲକ୍ଷ୍ମୀ ସବର ନାମାଙ୍କନ ପ୍ରତ୍ୟାହାର କରିଥିବାବେଳେ ଏବେ ଅନ୍ୟଜଣେ ପ୍ରାର୍ଥୀ ଦ୍ରୌପଦୀ ସବର ମଧ୍ୟ ପ୍ରାର୍ଥିପତ୍ର ପ୍ରତ୍ୟାହାର କରିଛନ୍ତି ।
ଆନ୍ଧ୍ର ପ୍ରଦେଶର ସୋବା ପଂଚାୟତ ନିର୍ବାଚନରେ ୱାର୍ଡ ମେମ୍ବର ପ୍ରାର୍ଥୀ ଭାବେ ଏମାନେ ନାମାଙ୍କନ ଭରିଥିଲେ । ଓଡ଼ିଶା ଆନ୍ଧ୍ର ସୀମାନ୍ତ ଗଙ୍ଗବାଡ଼ ପଂଚାୟତର ୬ରୁ ଅଧିକ ଗାଁର ଶତାଧିକ ଲୋକଙ୍କର ଆନ୍ଧ୍ର ଭୋଟର ତାଲିକାରେ ନାଁ ପ୍ରକାଶ ପାଇଥିଲା । ଓଡ଼ିଶା ଓ ଆନ୍ଧ୍ରପ୍ରଦେଶ ଉଭୟ ସରକାରଙ୍କ ଯୋଜନାର ଫାଇଦା ନେଉଥିବା ସୀମାନ୍ତବାସୀଙ୍କ ମଧ୍ୟରୁ ୨ ଜଣ ୱାର୍ଡ ସଭ୍ୟ ଭାବେ ନାମାଙ୍କନ ପତ୍ର ଦାଖଲ କରିଥିଲେ । ଆଜି ପ୍ରାର୍ଥୀପତ୍ର ପ୍ରତ୍ୟାହାରର ଶେଷଦିନ ରହିଛି । ତେଣୁ ଆଉକେହି ପ୍ରାର୍ଥୀ ରହିଛନ୍ତି କି ନାହିଁ ତାହା ଆଜି ସ୍ପଷ୍ଟ ହୋଇଯିବ । ତେବେ ଏନେଇ ଖବର ପ୍ରସାରଣ ପରେ ପ୍ରଶାସନ ପହଂଚି ଲୋକଙ୍କ ସହ ଆଲୋନଚା କରି ସେମାନଙ୍କ ସମସ୍ୟାର ସମାଧାନ କରିବାକୁ ପ୍ରତିଶ୍ରୁତି ଦେଇଛି ।