ଧୋତି ଓ ଶାଢି ପିନ୍ଧି ସ୍କିଂ କଲେ ଦମ୍ପତି । ସୋସିଆଲ ମିଡ଼ିଆରେ ଭାଇରାଲ ହେଲା ଭିଡ଼ିଓ, ଚାରିଆଡୁ ଛୁଟିଲା ପ୍ରଂଶସାର ସୁଅ ।

191

କନକ ବ୍ୟୁରୋ : ପୁରାତନ ଭାରତବର୍ଷର ପ୍ରମୁଖ ପୋଷାକ ଶାଢ଼ି ଓ ଧୋତି। ଧୀରେ ଧୀରେ ନୂଆ ନୂଆ ପୋଷାକ ସବୁ ବାହାରିବା ପରେ ପୁରୁଣା ପୋଷାକର ଚାହିଦା କମ୍‌ ହେବାରେ ଲାଗିଲା। ମାତ୍ର ଏବେ ବି କେହି କେହି ପୁରୁଣା ସଂସ୍କୃତିକୁ ତାଜା କରିବାକୁ ଚେ‌ଷ୍ଟା କଲେ ମନରେ ଅପୂର୍ବ ଆନନ୍ଦ ସୃଷ୍ଟି ହୁଏ। ଥରେ ଭାବନ୍ତୁ ତ ଭାରତବର୍ଷର ପ୍ରସିଦ୍ଧ ପୋଷାକ ଶାଢ଼ି ଓ ଧୋତିକୁ ଯଦି କେହି ବିଦେଶୀ ପରିଧାନ କରନ୍ତି ତାହାଲେ କେମିତି ଲାଗିବ? ଜଣେ ପ୍ରବାସୀ ଭାରତୀୟ ଦମ୍ପତି ଆମେରିକାରେ ଶାଢ଼ି ଓ ଧୋତି ପିନ୍ଧି ବରଫାଞ୍ଚଳରେ ସ୍କିଂ କରୁଥିବା ବେଳର ଏକ ଭିଡିଓ ନିକଟରେ ଇଣ୍ଟରନେଟରେ ଭାଇରାଲ୍‌ ହେବାରେ ଲାଗିଛି।

ଭିଡିଓରେ ଦେଖିବାକୁ ମିଳିଛି ଯେ ମହିଳା ଜଣକ ନୀଳ ରଂଗର ଶାଢ଼ି ପରିଧାନ କରିଥିବା ବେଳେ ତାଙ୍କ ସ୍ୱାମୀ ମଧ୍ୟ ସମାନ ରଙ୍ଗର ସାର୍ଟ ପିନ୍ଧିଛନ୍ତି ଓ ତାହା ସହ ଏକ ଧଳା ରଙ୍ଗର ଧୋତି ପିନ୍ଧିଛନ୍ତି। ସେମାନେ ଶାଢ଼ି ଓ ଧୋତି ପିନ୍ଧି ସ୍କିଂ କରୁଥିବାର ଭିଡିଓରେ ଦେଖିବାକୁ ମିଳିଛି। ଦିବ୍ୟା ମାୟିୟା ନାମକ ଏହି ମହିଳା ଜଣଙ୍କ ଭିଡିଓଟିକୁ ତାଙ୍କ ଇନଷ୍ଟାଗ୍ରାମରେ ସେୟାର କରି ଲେଖିଛନ୍ତି କି ‘ଆମକୁ କିଛି ପାଗଳାମୀ କରିବାର ଥିଲା। ଆମେ ତାହା କରିଲୁ।’

 

View this post on Instagram

 

A post shared by ivya aiya (@divyamaiya)

ଭିଡିଓରେ ଇଣ୍ଟରନେଟରେ ସେୟାର ହେବା ପରଠାରୁ ଏହାକୁ ୩ ଲକ୍ଷରୁ ଅଧିକ ଲୋକ ଦେଖିସାରିଲେଣି । ୧୩ ହଜାରରୁ ଅଧିକ ଲାଇକ୍‌ ମିଳି ସାରିଲାଣି ଭିଡିଓଟିକୁ। ଏହି ଭିଡିଓ ଉପରେ ଅନେକ ଭଲ ଭଲ କମେଣ୍ଟ ସବୁ ମିଳିଛି ମଧ୍ୟ।