ଭାରତ ଅଭିମୁଖେ ବାୟୁସେନାର ବାହୁବଳୀ । ଫ୍ରାନ୍ସରୁ ବାହାରିଲା ଆଉ ୩ଟି ରାଫେଲ ବିମାନ

280

କନକ ବ୍ୟୁରୋ: ଭାରତ ଅଭିମୁଖେ ବାୟୁସେନାର ବାହୁବଳୀ । ଫ୍ରାନ୍ସରୁ ବାହାରିଲା ଆଉ ୩ଟି ରାଫେଲ ବିମାନ । ଫ୍ରାନ୍ସରୁ ଭାରତ ନନଷ୍ଟପ ଯାତ୍ରା କରିବ ଏହି ଲଢୁଆ ବିମାନ । ଏହି ଯାତ୍ରା ସମୟରେ ଆକାଶରେ ହିଁ ଇନ୍ଧନ ଭରିବ ଏହି ଲଢୁଆ ବିମାନ । ଗୁଜରାଟ ଜାମନଗରରେ ଏହି ୩ଟି ବିମାନ ଅବତରଣ କରିବ । ୨୦୧୬ରେ ଫ୍ରାନ୍ସ ସହିତ ରାଫେଲ ବିମାନ ନେଇ ୫୯ ହଜାର କୋଟିର ଚୁକ୍ତି ହୋଇଥିଲା । ଜୁଲାଇ ୨୮ରେ ଭାରତକୁ ପ୍ରଥମ ୫ଟି ରଫେଲ ମିଳିଥିଲା । ଏହାପରେ ନଭେମ୍ବରରେ ଦ୍ୱିତୀୟ ପର୍ଯ୍ୟୟରେ ରାଫେଲ ଭାରତକୁ ମିଳିଥିଲା । ଏହାପରେ ମାର୍ଚ୍ଚ ଓ ଏପ୍ରିଲ ଆହୁରି ରାଫେଲ ଭାରତକୁ ଯୋଗାଇବ ଫ୍ରାନ୍ସ ।