ଆନ୍ଧ୍ରପ୍ରଦେଶର ଗୁଂଟୁରରେ କ୍ୟାମେରାରେ କଏଦ ହେଲା ହସପିଟାଲ କର୍ମଚାରୀଙ୍କର ଅସଲ ରୁପ ! ରାଗୀଙ୍କ ସ୍ୱାସ୍ଥ୍ୟ କଥା ପଚାରିବାରୁ ମାରିଲେ ମାଡ

21

କନକ ବ୍ୟୁରୋ : ଆନ୍ଧ୍ରପ୍ରଦେଶର ଗୁଂଟୁରରେ ହସପିଟାଲ କର୍ମଚାରୀଙ୍କର ଅସଲ ରୁପ କ୍ୟାମେରାରେ କଏଦ ହୋଇଛି । ଜଣେ ରୋଗୀଙ୍କ ସଂପର୍କୀୟଙ୍କୁ ଏହି କର୍ମଚାରୀ ମାଡ ମାରୁଥିବାର ଦେଖାଦେଇଛି । ରୋଗୀଙ୍କର ଚିକିତ୍ସା ବିଳମ୍ବ ହେବାରୁ ରୋଗୀଙ୍କ ସଂପର୍କିୟ ଏହାକୁ ନେଇ କର୍ମଚାରୀଜଣଙ୍କୁ ପ୍ରଶ୍ନ କରିଥିଲେ ।

ଏଥିରେ ରାଗିଯାଇ କର୍ମଚାରୀ ଜଣକ ଏହି କାଣ୍ଡ ଭିଆଇଥିଲେ ।ଏହି ଘଟଣାକୁ ନେଇ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି । ରୋଗୀଙ୍କ ସଂପର୍କୀୟ ପୋଲିସ ପାଖରେ ଅଭିଯୋଗ କରିଛନ୍ତି । ପୋଲିସ ଏହି ଘଟଣାର ଛାନଭିନ କରୁଛି ।