ବକ୍ସିଂରେ ଭାରତ ଜିତିଲା ଆଉ ଏକ ସ୍ୱର୍ଣ୍ଣ: ୪୮ କେଜି ବର୍ଗ ପୁରୁଷ ବକ୍ସିଂରେ ସ୍ୱର୍ଣ୍ଣ ଜିତିଲେ ଅମିତ ଫଙ୍ଗଲ

100

କନକ ବ୍ୟୁରୋ: ରାଜ୍ୟଗୋଷ୍ଠୀ କ୍ରୀଡାରେ ଭାରତ ଉପରେ ପଦକ ବର୍ଷା ଜାରି ରହିଛି । ବକ୍ସିଂରେ ଭାରତ ଜିତିଲା ଆଉ ଏକ ସ୍ୱର୍ଣ୍ଣ । ୪୮ କେଜି ବର୍ଗ ପୁରୁଷ ବକ୍ସିଂରେ ସ୍ୱର୍ଣ୍ଣ ଜିତିଲେ ଅମିତ ଫଙ୍ଗଲ । ଇଂଲଣ୍ଡର କାଇରରନ ମାକଡୋନାଲଙ୍କୁ ୫-୦ରେ ହରାଇଛନ୍ତି ଅମିତ । ଆଜି ବକ୍ସିଂରେ ଭାରତକୁ ପ୍ରଥମ ସ୍ୱର୍ଣ୍ଣ ଦେଇଥିଲେ ନୀତି ଗାଙ୍ଗହସ । ନୀତୁଙ୍କ ପରେ ଦ୍ୱିତୀୟ ସ୍ୱର୍ଣ୍ଣ ଦେଇଛନ୍ତି ଅମିତ । ରାଜ୍ୟଗୋଷ୍ଠୀ କ୍ରୀଡାରେ ଭାରତର ପଦକ ସଂଖ୍ୟା ୪୩କୁ ବୃଦ୍ଧି ପାଇଛି । ଭାରତକୁ ଏଯାଏଁ ମିଳିଲାଣି ୧୫ ସ୍ୱର୍ଣ୍ଣ, ୧୧ ରୌପ୍ୟ ଓ ୧୭ ବ୍ରୋଞ୍ଜ ପଦକ ।