କମନୱେଲଥ ଗେମ୍ସରେ ଭାରତକୁ ଆଉ ଏକ ପଦକ । ବକ୍ସିଂରେ ସ୍ୱର୍ଣ୍ଣ ଜିତିଲେ ନୀତୁ

146

କନକ ବ୍ୟୁରୋ : ବିମିଂଘମ ଠାରେ ଚାଲିଥିବା ରାଜ୍ୟଗୋଷ୍ଠୀ କ୍ରୀଡାରେ ଭାରତକୁ ଆଉ ଏକ ସ୍ୱର୍ଣ୍ଣପଦକ ମିଳିଛି । ବକ୍ସିଂରେ ଏହା ଭାରତକୁ ପ୍ରଥମ ସ୍ୱର୍ଣ୍ଣ ମିଳିଛି । ଭାରତ ତରଫରୁ ନୀତୁ ଘାଂଘାସ ଇଂଲଣ୍ଡର ଡେମୀ ଜେଡକୁ ୫-୦ ରେ ପରାଜିତ କରିଛନ୍ତି । ଏହି ଗେମ୍ସରେ ଚଳିତ ସିଜିନରେ ଏହା ଭାରତ ପାଇଁ ୧୪ତମ ସ୍ୱର୍ଣ୍ଣପଦକ । ଏହାସର ଏପର୍ଯ୍ୟନ୍ତ ଭାରତକୁ ୧୧ ଟି ରୌପ୍ୟ ଓ ୧୧ ଟି ବ୍ରୋଞ୍ଜ ପଦକ ମିିଳିଛି ।

ଅନ୍ୟପଟେ ଭାରତୀୟ ମହିଳା ହକି ଟିମ ବି ଆଜି ବ୍ରୋଞ୍ଜ ପଦକ ହାତେଇଛି । ଦଳ ନ୍ୟୁଜଲାଣ୍ଡକୁ ୨-୧ ଗୋଲରେ ପରାଜିତ କରି ଏହି ପଦକ ହାସଲ କରିଛି । ଏହା ପୂର୍ବରୁ ଭାରତୀୟ ମହିଳା ହକି ଟିମ ୨୦୦୨ ରେ ସ୍ୱର୍ଣ୍ଣ ଓ ୨୦୦୬ ରେ ରୌପ୍ୟପଦକ ହାସଲ କରିଥିଲା ।

 

ସେପଟେ ପି ବି ସିନ୍ଧୁ ବି ଚଳିତ ରାଜ୍ୟଗୋଷ୍ଠୀ କ୍ରୀଡାରେ ନିଜର ପଦକ ପକ୍କା କରିଛନ୍ତି । ସେ ସେମିଫାଇନାଲ ମୁକାବିଲାରେ ସିଂଗାପୁରର ଜିୟା ମିନଙ୍କୁ ୨୧-୧୯ ଓ ୨୧-୧୭ ରେ ପରାଜିତ କରିଛନ୍ତି ।