ଷ୍ଟାଫନର୍ସ ନିଯୁକ୍ତିରେ ଲାଂଚ କାରବାର ! ଲାଂଚ ନେଇ କର୍ତ୍ତୃପକ୍ଷ ବାହାର ଜିଲ୍ଲାର ପ୍ରାର୍ଥୀଙ୍କୁ ଅଗ୍ରାଧିକାର ଦେଉଥିବା ଅଭିଯୋଗ ଆଣିଲେ ବୌଦ୍ଧ ଜିଲ୍ଲା ଆଶାୟୀ ପ୍ରାର୍ଥୀ

97

କନକ ବ୍ୟୁରୋ : ଷ୍ଟାଫନର୍ସ ପରୀକ୍ଷାରେ ଲକ୍ଷ ଲକ୍ଷ ଟଙ୍କାର ଲାଂଚ କାରବାର ଅଭିଯୋଗ । ଲାଂଚ ନେଇ କର୍ତ୍ତୃପକ୍ଷ ବାହାର ଜିଲ୍ଲାର ପ୍ରାର୍ଥୀଙ୍କୁ ଅଗ୍ରାଧିକାର ଦେଇଥିବା ଅଭିଯୋଗ ଆଣିଛନ୍ତି ବୌଦ୍ଧ ଜିଲ୍ଲାର ଆଶାରୀ ପ୍ରାର୍ଥୀ । ପ୍ରତିବାଦରେ ଅନିଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ବୌଦ୍ଧ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ଦେଇଛନ୍ତି । ଜିଲ୍ଲାରେ ୨୮ଟି ପଦବୀ ନିମନ୍ତେ ଗତ ଡିସେମ୍ବର ୨୪ ତାରିଖରେ ବିଜ୍ଞପ୍ତି ଜାରି ହୋଇଥିଲା । ଆଉ ଜିଲ୍ଲାରେ ଯୋଗ୍ୟ ପ୍ରାର୍ଥୀ ନମିଳିଲେ ବାହାର ଜିଲ୍ଲାର ପ୍ରାର୍ଥୀଙ୍କୁ ନିଯୁକ୍ତି ଦିଆଯିବ ବୋଲି ବିଜ୍ଞାପନରେ ପ୍ରକାଶ ପାଇଥିଲା । ଏଥିପାଇଁ ବୌଦ୍ଧ ଜିଲ୍ଲାର ୫୩ ଜଣ ପ୍ରାର୍ଥୀ ଆବେଦନ କରିଥିଲେ ।

ହେଲେ ଲାଂଚ ନେଇ ବିଭାଗୀୟ କର୍ତ୍ତୃପକ୍ଷ ଜିଲ୍ଲାର ପ୍ରାର୍ଥୀଙ୍କୁ ବାଦ୍ ଦେଇ ବାହାର ଜିଲ୍ଲାର ପ୍ରାର୍ଥୀଙ୍କୁ ଅଗ୍ରାଧିକାର ଦେଇଥିବା ଅଭିଯୋଗ କରି ଧାରଣା ଦେଇଛନ୍ତି ଜିଲ୍ଲାର ଆଶାୟୀ ପ୍ରାର୍ଥୀ । ଆଉ ଏହାକୁ ସମର୍ଥନ କରିଛନ୍ତି ଜିଲ୍ଲାର ବିଭିନ୍ନ ରାଜନୈତିକ ଦଳ । ସେପଟେ ଏହାର ତଦନ୍ତ ପାଇଁ ଆସିଥିବା ଅତିରିକ୍ତ ଜିଲ୍ଲାପାଳଙ୍କୁ ପ୍ରାର୍ଥୀମାନେ ଘେରାଉ କରିବା ସହ ନ୍ୟାୟ ପାଇଁ ଦାବି କରିଥିଲେ । ତେବେ ଦାବି ପୂରଣ ନହେବା ପର୍ଯ୍ୟନ୍ତ ଏହି ଆନ୍ଦୋଳନ ଜାରି ରହିବ । ଆଗାମୀ ଦିନରେ ଆନ୍ଦୋଳନ ତିବ୍ରତର କରାଯିବ ବୋଲି ଆନ୍ଦୋଳନ କାରୀ ଚେତାବନୀ ଦେଇଛନ୍ତି ।