ହରିଆଣାର ସ୍ୱାସ୍ଥ୍ୟମନ୍ତ୍ରୀ ଅନିଲ ଭିଜ୍ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ତାଙ୍କୁ ୨୦ ନଭେମ୍ବର ଦିନ କରୋନା ଟିକା ଦିଆଯାଇଥିଲା

1,503

କନକ ବ୍ୟୁରୋ : କରୋନା ଟିକାକୁ ଏବେ ସାରା ବିଶ୍ୱବାସୀ ଅପେକ୍ଷା କରିଛନ୍ତି । କେବେ ଟିକା ଆସିବ, କରୋନାରୁ ମୁକ୍ତି ମିଳିବ । ମଣିଷ ମୁହଁରୁ ମାସ୍କ କାଢି ଶାନ୍ତିରେ ନିଶ୍ୱାସ ମାରିବ ଓ ସାଧାରଣ ଜୀବନ ଯାପନ କରିବ । ହେଲେ ସଦ୍ୟ ଆସିଥିବା ଖବର ମୁତାବକ ଟିକା ଆସିଲେ ଯେ କରୋନାରୁ ମୁକ୍ତି ମିଳିବ ତାହା ଏବେ ଶତ ପ୍ରତିଶତ ଠିକ୍ ନୁହେଁ । କାରଣ ଟିକା ପ୍ରସ୍ତୁତ କରୁଥିବା କମ୍ପାନୀ ମାନେ ଟିକାକୁ ବିଭିନ୍ନ ସ୍ତରରେ ପରୀକ୍ଷା ନୀରିକ୍ଷା ଚଳାଇଛନ୍ତି । କିଛି କମ୍ପାନୀ ତୃତୀୟ ପର୍ଯ୍ୟାୟ ପରୀକ୍ଷଣ ସାରି ତାଙ୍କ କମ୍ପାନୀ ଦ୍ୱାରା ପ୍ରସ୍ତୁତ ହୋଇଥିବା ଟିକା ୯୫ ପ୍ରତିଶତ ଫଳପ୍ରଦ କହୁଥିବା ବେଳେ କିଛି କମ୍ପାନୀ ଏହାକୁ ୭୦ ପ୍ରତିଶତ ଫଳପ୍ରଦ ବୋଲି ଘୋଷଣା କରୁଛନ୍ତି । ହେଲେ ବାସ୍ତବ ଚିତ୍ର କିନ୍ତୁ ସମ୍ପୁର୍ଣ୍ଣ ଅଲଗା ।
ଟିକା ପ୍ରସ୍ତୁତ ପରେ ଏହାକୁ ଟ୍ରଏଲ କରିବାକୁ କିଛି ଲୋକଙ୍କୁ ପ୍ରଥମେ ଏହିଟିକା ପ୍ରଦାନ କରାଯାଉଛି । ଟିକା ଦେବା ପରେ ସେହି ଲୋକମାନଙ୍କୁ ବି ହେପାଜତରେ ରଖା ଯାଉଛି । କାରଣ ଟିକା ନେବା ପରେ ସେମାନଙ୍କ ଶରୀରରେ କ’ଣ ପାଶ୍ୱର୍ପ୍ରତିକ୍ରିୟା ଦେଖାଦେଉଛି ତାହାକୁ ବୈଜ୍ଞାନିକ ମାନେ ଅନୁଧ୍ୟାନ କରୁଛନ୍ତି ।  ଏହି କ୍ରମରେ ନଭେମ୍ବର ୨୦ ତାରିଖ ଦିନ ସ୍ୱଦେଶୀ ଟିକା କୋଭ୍ୟାକ୍ସିନ କମ୍ପାନୀ ଦ୍ୱାରା ପ୍ରସ୍ତୁତ ଟିକାକୁ ହରିଆଣାର ସ୍ୱାସ୍ଥ୍ୟମନ୍ତ୍ରୀ ଅନୀଲ ବିଜଙ୍କ ଶରୀରରେ ଟ୍ରାଏଲ କରାଯାଇଥିଲା । ହେଲେ ଆଜି ଅନୀଲ ବିଜ୍ କରୋନା ପଜିଟିଭ୍ ହୋଇଥିବା କଥା ନିଜେ ଟ୍ୱିଟ୍ କରିଛନ୍ତି । ସେ ତାଙ୍କ ଟ୍ୱିଟ୍ ରେ ଲେଖିଛନ୍ତି କି ‘ମୁଁ କରୋନା ପଜିଟିଭ୍ ଭାବେ ଚିହ୍ନଟ ହୋଇଛି , ମୋତେ ସିବିଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।’
ଏଥିରୁ ଗୋଟିଏ କଥା ସ୍ପଷ୍ଟ ହେବାରେ ଲାଗିଛି ଯେ ଟିକା ପ୍ରସ୍ତୁତ କରୁଥିବା କମ୍ପାନୀ ମାନେ ଏବେ ବି କରୋନା ଉପରେ ଭାରି ପଡିବା ଭଳି ଟିକା ପ୍ରସ୍ତୁତ କରିବାରେ ବିଫଳ ହୋଇଛନ୍ତି । ତେଣୁ ସମ୍ପୁର୍ଣ୍ଣ କରୋନା ନିରୋଧକ ଟିକା ବଜାରକୁ ନଆସିଲା ଯାଏଁ ମୁହଁରେ ମାସ୍କ ପିନ୍ଧନ୍ତୁ, ସାମାଜିକ ଦୂରତା ରକ୍ଷା କରନ୍ତୁ , ଭିଡ ସ୍ଥାନ ମାନଙ୍କ ଠାରୁ ଦୂରେଇ ରହନ୍ତୁ ଓ ଯଥା ସମ୍ଭବ ବାରମ୍ବାର ହାତକୁ ସାବୁନରେ ସଫା କରନ୍ତୁ ଏବଂ ସାନିଟାଇଜର ବ୍ୟବହାର କରନ୍ତୁ ।