ଆଜି ମହାନ ସମାଜ ସଂସ୍କାରକ ନେଲସନ୍ ମଣ୍ଡେଲାଙ୍କ ସପ୍ତମ ମୃତ୍ୟୁ ବାର୍ଷିକୀ । ଜାତିପ୍ରଥା ବିଲୋପ ଓ ସାମାଜିକ ନ୍ୟାୟ ପାଇଁ ୬୭ ବର୍ଷର ଦୀର୍ଘ ସଂଗ୍ରାମ ତାଙ୍କୁ ଦେଇଥିଲା ଅନନ୍ୟ ପରିଚୟ

ରାଷ୍ଟ୍ରପତିଙ୍କ ସ୍ତ୍ରୀକୁ ବିବାହ କରି ଲୋକଙ୍କୁ କରିଥିଲେ ଚକିତ

142

କନକ ବ୍ୟୁରୋ : ଆଜି ମହାନ ଅଫ୍ରିକୀୟ ସଂଗ୍ରାମୀ ନେଲସନ୍ ମଣ୍ଡେଲାଙ୍କ ମୃତ୍ୟୁ ଦିବସ । ସେ ୨୦୧୩ ମସିହା ୫ ଡିସେମ୍ବର ଦିନ ମୃତ୍ୟୁବରଣ କରିଥିଲେ । ସେ ଆଫ୍ରିକାରେ ସାମାଜିକ ନ୍ୟାୟ ପାଇଁ ୬୭ ବର୍ଷ ଧରି ସଂଗ୍ରାମ ଜାରି ରଖିଥିଲେ । ଏହି ୬୭ ବର୍ଷ ମଧ୍ୟରୁ ୨୭ ବର୍ଷ ସେ ଜେଲରେ ଜୀବନ କାଟିଥିଲେ । ଏଭଳି ଜଣେ ମହାନ ସଂଗ୍ରାମୀଙ୍କୁ ମନେ ପକାଇବା ଓ ସମାଜରେ ତାଙ୍କର ଆଦର୍ଶକୁ ଜୀବୀତ ରଖିବା ଉଦ୍ଦେଶ୍ୟରେ ଜାତିସଂଘ ର ଅନୁମୋଦନ କ୍ରମେ ୨୦୧୦ ରୁ ପ୍ରତିବର୍ଷ ଜୁଲାଇ ୧୮ ତାରିଖ (ଜୁଲାଇ ୧୮ ହେଉଛି ମଣ୍ଡେଲାଙ୍କ ଜନ୍ମଦିନ) କୁ ‘ମଣ୍ଡେଲା ଦିବସ’ ଭାବେ ପାଳନ କରାଯାଉଛି । ମଣ୍ଡେଲାଙ୍କୁ ପ୍ରକୃତ ନାମ ହେଉଛି ‘ରୋଲିଲାହଲ’ ଆଫ୍ରିକୀୟ ଭାଷାରେ ଯାହାର ନାମ ହେଉଛି ସମସ୍ୟା ସୃଷ୍ଟିକାରୀ ।

ସାରା ବିଶ୍ୱରେ ଏକ ସ୍ୱତନ୍ତ୍ର ଆଦର୍ଶ ପାଇଁ ଖ୍ୟାତି ଅର୍ଜ୍ଜନ କରିଥିବା ମଣ୍ଡେଲାଙ୍କ ପିତା ଓ ମାତା ଥିଲେ ପୁରା ଅଶିକ୍ଷିତ । ତାଙ୍କ ପିତା ଜଣେ ଅଜବ ମଣିଷ ଥିଲେ । ତାଙ୍କର ୪ ଜଣ ପତ୍ନୀଥିଲେ । ଏହା ସହ ମଣ୍ଡେଲାଙ୍କ ୪ ଭାଇ ଓ ୯ ଭଉଣୀ ଥିଲେ । ମଣ୍ଡେଲା ହେଉଛନ୍ତି ତାଙ୍କ ପିତାଙ୍କ ତତୀୟ ପତ୍ନୀଙ୍କ ପୁତ୍ର । ସେ ସାମାଜର ଜାତିପ୍ରଥା ଉଚ୍ଛେଦ ଓ ସାମାଜିକ ନ୍ୟାୟ ପାଇଁ ସଂଗ୍ରାମ କରି ଚର୍ଚ୍ଚାକୁ ଆସିଥିଲେ । ସେ ଏନେଇ ଆନ୍ଦୋଳନ ଚଳାଇଥିବା ବେଳେ ସରକାରଙ୍କ ଆକ୍ରୋସରେ ଶିକାର ହୋଇଥିଲେ । ପ୍ରଥମଥର ୧୯୬୨ ମସିହାରେ ସେ ଲୁଚିଥିବା ସ୍ଥାନ ଅଫ୍ରିକା ସରକାରଙ୍କୁ ସୂଚନା ଦେଇଥିଲା ଆମେରକାର ସିଆଇଏ । ସୂଚନା ପରେ ତାଙ୍କୁ ଗିରଫ୍ କରାଯାଇଥିଲା । ହେଲେ ୨୦୦୮ ପର୍ଯ୍ୟନ୍ତ ଆମେରିକା ସରକାରଙ୍କ ପକ୍ଷରୁ ତାଙ୍କୁ ଆମେରିକା ପ୍ରବେଶ ନିଷିଦ୍ଧ କରାଯାଇଥିଲା । ସବୁଠାରୁ ଦୁଖର କଥା ଯେ ତାଙ୍କର ଦୁଇଟି ଯାକ ପୁତ୍ର ଗାଡି ଦୁର୍ଘଟଣା ଓ ଅନ୍ୟଜଣେ ଏଡସ୍ ରୋଗରେ ପୀଡିତ ହୋଇ ମୃତ୍ୟୁବରଣ କରିଥିଲେ ।

ମଣ୍ଡେଲାଙ୍କ ବୈବାହିକ ଜୀବନ ବି ଶୃଙ୍ଖଳିତ ନଥିଲା । ବିବାହର ୧୩ ବର୍ଷ ପରେ ତାଙ୍କର ବିବାହ ବିଚ୍ଛେଦ ହୋଇଥିଲା । ଆଉ ଏହାର ମୂଳକାରଣ ଥିଲା ପରକୀୟା ପ୍ରୀତି । ବିବାହ ବିଚ୍ଛେଦ ପରେ ସେ ୱିନି ନାମକ ଜଣେ ମହିଳାଙ୍କୁ ଦ୍ୱିତୀୟ ବିବାହ କରିଥିଲେ । ହେଲେ ତାହା ବି ବେଶିଦିନ ତିଷ୍ଟି ରହିପାରିଲା ନାହିଁ । ଦ୍ୱିତୀୟ ବିବାହ ବି ବିଚ୍ଛେଦ ହେଲା । ଶେଷରେ ସେ ମୋଜାମ୍ବିକର ରାଷ୍ଟ୍ରପତିଙ୍କ ସ୍ତ୍ରୀଙ୍କୁ ତୃତୀୟ ବିବାହ କରିଥିଲେ ।

ତାଙ୍କ ଶାସନ କାଳରେ ସରକାର ସାଧାରଣ ଲୋକଙ୍କ ପାଇଁ ୭ ଲକ୍ଷ ୫୦ ହଜାର ଗୃହ ନିର୍ମାଣ କରିଥିଲେ । ଏହାସହ ୨୦ ଲକ୍ଷ ଲୋକଙ୍କୁ ବିଦ୍ୟୁତ୍ ସୁବିଧା ଯୋଗାଇ ଦେଇଥିଲେ । ଏହା ସହ ୩୦ ଲକ୍ଷ ଲୋକଙ୍କ ପାଇଁ ପାନୀୟଜଳର ବି ସୁବିଧା କରାଇଥିଲେ ।
କର୍ନେଲ ମୁଆମାର ଗଦ୍ଦାଫୀଙ୍କ ସହ ନେଲସନ୍ ମଣ୍ଡେଲାଙ୍କର ଥିଲା ମଧୁର ସଂପର୍କ । ଏହାସହ କ୍ୟୁବାର ପୁର୍ବତନ ରାଷ୍ଟ୍ରପତି ଫିଡେଲ୍ କାଷ୍ଟ୍ରୋଙ୍କ ସହ ମିଳିତ ଭାବେ ସେ ‘ହାଓ ଫାର ୱି ସ୍ଲେଭ୍ସ ହାଭ୍ କମ୍ !’ ନାମରେ ଏକ ପୁସ୍ତକ ରଚନା କରିଥିଲେ । ସେ ଜଣେ ସଂଗ୍ରାମୀ ବ୍ୟତିତ ବ୍ୟକ୍ତିଗତ ଜୀବନରେ ଜଣେ ଆଇନଜୀବୀ ଥିଲେ । ଏହା ସହ ସେ ମୁଷ୍ଟିଯୁଦ୍ଧରେ ବି ବେସ୍ ପାରଙ୍ଗମ ଥିଲେ । ସେ ୨୦୧୩ ମସିହା ଆଜିର ଦିନରେ ଜୋହାନସବର୍ଗ ଠାରେ ମୃତ୍ୟୁବରଣ କରିଥିଲେ ।