ବଢିଲା ଆପ ବିବାଦ ! ଦିଲ୍ଲୀ ଅଫିସ ଆଗରେ କୁମାର ବିଶ୍ୱାସଙ୍କ ବିରୋଧରେ ଲାଗିଲା ପୋଷ୍ଟର

20

କନକ ବ୍ୟୁରୋ : ଆମ ଆଦମୀ ପାର୍ଟିରେ କଳହ ବଢିବାରେ ଲାଗିଛି । ଦିଲ୍ଲୀରେ ପାର୍ଟି ଅଫିସ ଆଗରେ ବରିଷ୍ଠ ନେତା କୁମାର ବିଶ୍ୱାସଙ୍କ ବିରୋଧରେ ପୋଷ୍ଟର ଲାଗିଛି । ଏଥିରେ କୁମାରଙ୍କୁ ଗଦ୍ଦାର ଓ ବିଜେପିର ଏଜେଂଟ ବୋଲି କୁହାଯାଇ ଆପରୁ ବହିଷ୍କାର ପାଇଁ ଦାବି କରାଯାଇଛି । ତେବେ ଏହି ପୋଷ୍ଟର କିଏ ମାରିଛି ସେ ନେଇ କିଛି ସ୍ପଷ୍ଟ ସୂଚନା ମିଳିନାହିଁ । କୁମାର ବିଶ୍ୱାସଙ୍କ ସମ୍ପର୍କରେ ଦଳର ନେତା ଦିଲ୍ଲୀପ ପାଣ୍ଡେ ବଡ ଖୁଲାସା କରିଥିବାରୁ ତାଙ୍କୁ ବି ଧନ୍ୟବାଦ ଦିଆଯାଇଛି ।

କିଛିଦିନ ହେଲା ଦଳର ମୁଖ୍ୟ ଅରବିନ୍ଦ କେଜରିୱାଲ ଓ କୁମାର ବିଶ୍ୱାସଙ୍କ ମଧ୍ୟରେ ମତଭେଦ ଥିବା ଚର୍ଚ୍ଚା ଜୋର ଧରିଛି । ଏହାସହ କିଛିଦିନ ତଳେ ଦଳର ନେତା ଦିଲ୍ଲୀପ ପାଣ୍ଡେ ମଧ୍ୟ କୁମାର ବିଶ୍ୱାସଙ୍କ କାର୍ଯ୍ୟଶୈଳୀ ଉପରେ ପ୍ରଶ୍ନ ଉଠାଇଥିଲେ । ସେ ଟ୍ୱିଟ୍ କରି କହିଥିଲେ ବିଶ୍ୱାସ ରାଜସ୍ଥାନର ବସୁନ୍ଧରା ସରକାର ଉପରେ କାହିଁକି ପ୍ରଶ୍ନ ଉଠାଉନାହାନ୍ତି । ଏହାପରେ ବି ବିଶ୍ୱାସ କୌଣସି ପ୍ରତିକ୍ରିୟା ରଖିନଥିଲେ । ଏହାକୁ ନେଇ ଦଳରେ ବିବାଦ ବଢିଥିଲା ।