ପାର୍ବଣ ବେଳେ ବଟି ପାଇଁ ରାଜଧାନୀରେ ଫୁଟିଲା ବୋମା। ପୋଲିସର ‘ଅପରେସନ ଦାଦା ବଟି’ ଉପରେ ଉଠିଲା ପ୍ରଶ୍ନ।

102

କନକ ବ୍ୟୁରୋ: ସ୍ଥାନ- କଟକ ରୋଡ, ଭୁବନେଶ୍ୱର । ସମୟ- ରାତି ୧୦ଟା ୪୬ ମିନିଟ୍ । ବାର ଉପରେ ହୋଇଥିଲା ଅତର୍କିତ ବୋମାମାଡ । ଗୋଟିଏ ପରେ ଗୋଟିଏ ବୋମା ଫୋପାଡି ଚାଲିଥିଲେ ଦୁର୍ବୃତ୍ତ । ବୋମାମାଡ ଶବ୍ଦରେ ଧୂଆଁମୟ ହୋଇ ଯାଇଥିଲା ଚର୍ତୁପାଶ୍ୱର୍ । ଜୀବନ ବିକଳରେ ଦୌଡିଥିଲେ ବାର ଭିତରେ ଥିବା ବାଉଁଶର ଆଉ କର୍ମଚାରୀ । ବଞ୍ଚିବାକୁ ଯାଇ ଲୁଚି ଯାଇଥିଲେ । ପାର୍ବଣକୁ ଆଖି ଆଗରେ ରଖି ବଟି ଆଦାୟ ପାଇଁ ବୋମା ଫୁଟାଇ ଭୁବନେଶ୍ୱରର କଟକ ରୋଡ ବ୍ୟବସାୟୀଙ୍କୁ ଟାର୍ଗେଟ କରି ଅପରାଧୀମାନେ ଆତଙ୍କ ଖେଳାଇଥିବା ଅଭିଯୋଗ ହୋଇଛି । ଜୀବନରୁ ମାରିବାକୁ ନୁହେଁ ବରଂ ଧମକ ଦେଇ ବଟି ଆଦାୟ ପାଇଁ ମସୁଧା କରିଥିବା ଅଭିଯୋଗ ଆଣିଛନ୍ତି ବ୍ୟବସାୟୀ ।

ପାର୍ବଣକୁ ଆଖି ଆଗରେ ରଖି କମିଶନରେଟ ପୁଲିସ ଆରମ୍ଭ କରି ‘ଅପରେସନ ଦାଦାବଟିକୁ ନାଁ’ । ଟୋଲ ଫି ନମ୍ବର ଜାରି କରିବା ସହ ଅପରାଧୀଙ୍କୁ ସାବାଡ କରିବା ପାଇଁ ସେମାନଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଚେତାବନୀ ଦେଇଥିଲା ପୋଲିସ । ଏହାସହ ପ୍ରତିଟି ଛକରେ ବ୍ଲକିଂ କରିବା ସହ ପାଟ୍ରୋଲିଂକୁ ଜୋରଦାର କରିଥିଲା । ଏହାସତ୍ତେ୍ୱ ଅପରାଧୀମାନେ ସହର ଭିତରେ କେମିତି ଖୁଲମଖିୁଲା ଆତଙ୍କ ସୃଷ୍ଟି କରୁଛନ୍ତି ତାହା ଏବେ ବିରାଟ ପ୍ରଶ୍ନବାଚୀ ସୃଷ୍ଟି କରିଛି ।