ଆମେରିକାର ପାକିସ୍ତାନ ପ୍ରୀତିକୁ ନେଇ ଭାରତର ଅସନ୍ତୋଷ ପ୍ରକାଶ । ଆମେରିକା ବୈଦେଶିକମନ୍ତ୍ରୀଙ୍କୁ ଜୟଶଂକରଙ୍କ ଶାଣିତ ଜବାବ୍

129

କନକ ବ୍ୟୁରୋ : ଆମେରିକାର ପାକିସ୍ତାନ ପ୍ରୀତିକୁ ନେଇ ଭାରତର ଅସନ୍ତୋଷ ପ୍ରକାଶ । ଭାରତୀୟ ବୈଦେଶିକମନ୍ତ୍ରୀ ଏସ ଜୟଶଙ୍କର ଆମେରିକାର ବୈଦେଶିକମନ୍ତ୍ରୀ ଆନ୍ଥୋନୀ ବ୍ଲିକେନକୁ ଶାଣିତ ଅନ୍ଦାଜରେ ଜବାବ ଦେଇଛନ୍ତି ।ନିକଟରେ ପାକିସ୍ତାନକୁ ଆମେରିକା ୪୫୦ ମିଲିୟନ ଡଲାର ଆର୍ଥିକ ସହାୟତ କରିବା ପରେ ଭାରତକୁ ଏହାକୁ ସମାଲୋଚନା କରିଛି । ପାକିସ୍ତାନର ଏଫ ୧୬ ଫାଇଟର ଜେଟର ମରାମତି ପାଇଁ ଆର୍ଥିକ ସାହାଯ୍ୟ ଦେଇଥିଲା ଆମେରିକା । ଏହାକୁ ନେଇ ଭାରତ ବିରୋଧ କରିବା ପରେ ଆମେରିକା ନିଜର ସଫେଇ ରଖିଥିଲା ଓ କହିଥିଲା କି ଏହା ଆତଙ୍କବାଦ ବିରୋଧୀ ଲଢେଇ ପାଇଁ ସହାୟକ ହେବ ।

ତେବେ ବାଇଡେନ ପ୍ରଶାସନର ଏହି ନିଷ୍ପତିକୁ ବିରୋଧ କରି ଭାରତ କହିଛି ଏଭଳି ବୟାନବାଜୀ କରି କାହାକୁ ବୋକା ବନାଇବାକୁ ଚେଷ୍ଟା ନକରୁ ଆମେରିକା । ଏଥିସହ ଆମେରିକାକୁ ସର୍ତକ କରାଇ ଭାରତ କହିଛି ପାକିସ୍ତାନ ସହ ସର୍ମ୍ପକ ଯୋଡିବା ଆମେରିକା ପାଇଁ ବିଭିନ୍ନ ଦୃଷ୍ଟିରୁ କ୍ଷତିକାରକ ସାବ୍ୟସ୍ତ ହୋଇପାରେ । ତେଣୁ ଭାବିଚିନ୍ତି ନିଷ୍ପତି ନେଉ ବାଇଡେନ ପ୍ରଶାସନ । ସେପଟେ ନିଆଁରେ ଘିଅ ଢାଳି ବନ୍ୟା ପରିସ୍ଥିତି ଓ ମାନବିକ ସହାୟତା ପାଇଁ ପାକିସ୍ତାନକୁ ଆମେରିକା ପୁଣି ଥରେ ୫୬.୯୮ ନିୟୁତ ଡଲାର ଅର୍ଥାତ ଭାରତୀୟ ମୁଦ୍ରା ହିସାବରେ ୪୬୦କୋଟି ଟଙ୍କା ସାହାଯ୍ୟ କରିଛି