ସେନା ଆଗରେ ମୁଣ୍ଡ ନୁଆଁଇଲେ ଆତଙ୍କବାଦୀ ! କାଶ୍ମୀରରେ ୪ଜଣ ଆତଙ୍କବାଦୀ ସେନା ଆଗରେ କଲେ ଆତ୍ମସମର୍ପଣ ।

35

ଜାମ୍ମୁକାଶ୍ମୀରର ହନ୍ଦବାଡା ଠାରେ ଆତଙ୍କବାଦୀଙ୍କ ଉପରେ ଭାରି ପଡିଛି ଭାରତୀୟ ସେନା । ଅଲ ବଦରର ୪ଜଣ ଆତଙ୍କବାଦୀ ସେନାର ଜାଲରେ ପଡିବା ପରେ ଆତ୍ମସମର୍ପଣ କରିଛନ୍ତି । ଆତଙ୍କବାଦୀ ସମୂହରେ ନୂଆ କରି ଭର୍ତ୍ତି ହୋଇଥିବା ଏହି ୪ଜଣ ଆତଙ୍କବାଦୀଙ୍କୁ ସୁରକ୍ଷାବଳ ଗିରଫ କରିଛି । ଭାରତୀୟ ସେନା ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ଏହି ୪ଜଣ ଆତଙ୍କୀଙ୍କୁ ଜାମ୍ମୁକାଶ୍ମୀରର କୁପୱାଡା ଜିଲ୍ଲାରୁ ଗିରଫ କରାଯାଇଛି । ଏମାନଙ୍କ ବାବଦରେ ସୂଚନା ପାଇବା ପରେ ପୋଲିସ ସହ ମିଶି ସେନା ଏକ ଅଭିଯାନ ଜରିଆରେ ଏହି ଆତଙ୍କୀଙ୍କୁ ଧରାଯାଇଥିଲା । କିଛି ସମୟ ଧରି ଉଭୟ ପକ୍ଷରୁ ଗୁଳିଚାଳନା କରାଯିବା ପରେ ସେନା ଆଗରେ ଆତ୍ମସମର୍ପଣ କରିଥିଲେ ଆତଙ୍କବାଦୀ ।

ତେବେ ଗୋଟିଏ ଦିନ ପୂର୍ବରୁ ସୋସିଆଲ ମିଡିଆରେ ଏହି ୪ଜଣ ଆତଙ୍କବାଦୀଙ୍କ ଫଟୋ ଭାଇରାଲ ହୋଇଥିଲା । ଯେଉଁଥିରେ ଏମାନେ ହାତରେ ରାଇଫଲ ଧରିଥିଲେ । ସୁରକ୍ଷା ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି ଯେ, ଅନ୍ୟ ତିନି ଜଣ ଆତଙ୍କବାଦୀ ଫେରାର ହେବାରେ ସକ୍ଷମ ହୋଇଛନ୍ତି । ଏବଂ ସେମାନଙ୍କ ଧରିବା ପାଇଁ ଅଭିଯାନ ଆରମ୍ଭ ହୋଇଛି । କୁପୱାଡା ଜିଲ୍ଲାରେ ଏହି ୪ଜଣ ଆତଙ୍କବାଦୀଙ୍କୁ ୨୪ ଘଣ୍ଟାରୁ କମ ସମୟରେ ଗିରଫ କରାଯାଇଛି । ସୋସିଆଲ ମିଡିଆରେ ଏମାନଙ୍କ ଫଟୋ ଭାଇରାଲ ହେବା ପରେ ଆତଙ୍କବାଦୀଙ୍କୁ ଖୋଜିବାକୁ ସେନା ଆରମ୍ଭ କରିଥିଲା ଅଭିଯାନ ।