Daily Archives

December 20, 2022

ପୁଣି ବିବାଦରେ ଆଇପିଏସ ଦୀପ୍ତେଶ ପଟ୍ଟନାୟକ: ସରକାରୀ ବାସଭବନରେ ଲେଟ୍ ନାଇଟ ପାର୍ଟିର ଭିଡିଓ ଭାଇରାଲ

କନକ ବ୍ୟୁରୋ: ଆଇପିଏସ ଅଧିକାରୀ ଦୀପ୍ତେଶ ପଟ୍ଟନାୟକ ପୁଣି ଥରେ ବିବାଦ ଘେରକୁ ଆସିଛନ୍ତି । ସରକାରୀ ବାସଭବନରେ ଲେଟ୍ ନାଇଟ୍ ପର୍ଯ୍ୟନ୍ତ ପାର୍ଟି କରିବା ଓ ସେହି ପାର୍ଟିରେ ତାଙ୍କ ପତ୍ନୀଙ୍କ ମୋବାଇଲ ଚୋରି ହୋଇଯିବା ଅଭିଯୋଗରେ ଆଦିବାସୀ ଲୋକଙ୍କୁ ପିଟିବା ତାଙ୍କ ଅଡୁଆକୁ ବଢ଼ାଇ ଦେଇଛି ।…

ମଶା ନିୟନ୍ତ୍ରଣ ପାଇଁ ଡ୍ରୋନ୍ ସର୍ଭେ: ଉଡ଼ାଣରେ ବାଧକ ସାଜିଲା କଟକଣା

କନକ ବ୍ୟୁରୋ: ମଶାଙ୍କ ଉତ୍ପାତ ରାଜଧାନୀବାସୀଙ୍କୁ ନୟାନ୍ତ କରିଥିବା ବେଳେ ଏହାକୁ ନିୟନ୍ତ୍ରଣ କରିବା ପାଇଁ ବିଏମ୍ସି ଡ୍ରୋନ ସହାୟତାରେ ମଶା ମରା ଅଭିଯାନ ଆରମ୍ଭ କରିଛି । କିନ୍ତୁ ଏବେ ଏହାକୁ ନେଇ ଦେଖା ଦେଇଛି ବିବାଦ । ଭାରତୀୟ ବିମାନ ବନ୍ଦର ବା ଏଏଆଇର ବିନା ଅନୁମତିରେ ବିଏମସି ଡ୍ରୋନ୍…

ରାଜସ୍ଥାନ କଂଗ୍ରେସର ବଡ଼ ମାଷ୍ଟ୍ରରଷ୍ଟ୍ରୋକ: ଗରିବଙ୍କୁ ୫ ଶହ ଟଙ୍କାରେ ମିଳିବ ଗ୍ୟାସ ସିଲିଣ୍ଡର

କନକ ବ୍ୟୁରୋ: ରାଜସ୍ଥାନର କଂଗ୍ରେସ ସରକାରଙ୍କ ଦ୍ୱାରା ନିଆଯାଇଥିବା ଏକ ବଡ ନିଷ୍ପତି ଏବେ ଚର୍ଚ୍ଚାର ଖୋରାକ ଯୋଗାଇଛି । ଆଗାମୀ ବର୍ଷ ରାଜସ୍ଥାନରେ ବିଧାନସଭା ନିର୍ବାଚନ ଅଛି । ଏହାପୂର୍ବରୁ କଂଗ୍ରେସ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ଦାରିଦ୍ର୍ୟ ସୀମାରେଖା ତଳେ ଥିବା ଓ ଉଜ୍ଜଳା ଯୋଜନାରେ…

ବର୍ଷା-ଅନୁଭବ ବିବାହ ବିଚ୍ଛେଦ ମାମଲା: ପରିବାର ଅଦାଲତରେ ପୁଣି ହାଜର ହେଲେ ବର୍ଷା

କନକ ବ୍ୟୁରୋ: ସାସଂଦ ତଥା ଅଭିନେତା ଅନୁଭବ ମହାନ୍ତିଙ୍କ ସହ ଛାତ୍ରପତ୍ର ମାମଲାରେ ମଙ୍ଗଳବାର ପୁଣି ପରିବାର ଅଦାଲତରେ ହାଜର ହୋଇଛନ୍ତି ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ । ପାରିବାରିକ ବିବାଦ ମାମଲାରେ କୋର୍ଟରେ ଶୁଣାଣି ହୋଇଛି । କୋର୍ଟରେ ହାଜର ହୋଇ ନିଜ ପକ୍ଷ ରଖିଛନ୍ତି ବର୍ଷା ।…

ଥାନାରେ ଏତଲା ଦେଲେ ଗୋବିନ୍ଦଙ୍କ ପତ୍ନୀ: ଯୋଜନାବଦ୍ଧ ଭାବେ ହତ୍ୟା କରାଯାଇଥିବା ଅଭିଯୋଗ

କନକ ବ୍ୟୁରୋ: ସାରା ରାଜ୍ୟରେ ଚହଳ ସୃଷ୍ଟି କରିଥିବା ଶିକ୍ଷୟିତ୍ରୀ ମମିତା ମେହେରଙ୍କ ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁଙ୍କର ରହସ୍ୟଜନକ ଭାବେ ମୃତ୍ୟୁ ହୋଇଛି । ଜେଲ ଭିତରେ ଥିବା ଗୋବିନ୍ଦ ବେକରେ ଗାମୁଛା ବାନ୍ଧି ଆତ୍ମହତ୍ୟା କରିଥିବା କୁହାଯାଉଛି । ସମୟ- ପ୍ରାୟ ସାଢ଼େ ୧୦ଟା…

ଚର୍ଚ୍ଚାରେ ଆସ୍କା ପୋଲିସ ବାବୁଙ୍କ ବ୍ୟବହାର। ସୋସିଆଲ ମିଡିଆରେ ଭାଇରାଲ ହେଉଛି ଭିଡିଓ।

କନକ ବ୍ୟୁରୋ: ଅନେକ ସମୟରେ ପୋଲିସ ନାଁ ଶୁଣିଲେ ଲୋକେ ଡରିଯାଇଥାଆନ୍ତି । ସେମାନଙ୍କ ସମସ୍ୟା ମଧ୍ୟ ଠିକ୍ ଭାବେ ଉପସ୍ଥାପନ କରିପାରନ୍ତି ନାହିଁ । କିନ୍ତୁ ଗଂଜାମ ଆସିକା ଥାନା ଅଧିକାରୀଙ୍କ ବ୍ୟବହାର ଓ ମାନବିକତା ଏବେ ଚର୍ଚ୍ଚା କେନ୍ଦ୍ରବିନ୍ଦୁ ପାଲଟିଛି । ଥାନା ଅଧିକାରୀ ପ୍ରଶାନ୍ତ କୁମାର…