କନକ ବ୍ୟୁରୋ: ମମତା ବାନାର୍ଜୀଙ୍କ ୟୁ-ଟର୍ଣ୍ଣ । ଇଣ୍ଡିଆ ମେଂଟକୁ ବାହାରୁ ସମର୍ଥନ ଦେବାକୁ ନେଇ ମମତାଙ୍କ ବୟାନକୁ ବିବାଦ ପରେ ୟୁ-ଟର୍ଣ୍ଣ ନେଇଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ । ଗୁରୁବାର ମମତା ସ୍ପଷ୍ଟିକରଣ ଦେଇ କହିଛନ୍ତି, ବହୁ ଲୋକ ତାଙ୍କୁ ଭୁଲ ବୁଝୁଛନ୍ତି କିନ୍ତୁ ସେ ଇଣ୍ଡିଆ ମେଂଟକୁ ତିଆରି କରିଛନ୍ତି ଏବଂ ଇଣ୍ଡିଆ ମେଂଟରେ ରହିବେ । ଏବଂ ୨୦୨୪ରେ ଅଣ ବିଜେପି ସରକାର ଗଠନ ହେବ । ଲୋକସଭା ନିର୍ବାଚନରେ ଆସନ ଭାଗବଂଟାକୁ ନେଇ ବିବାଦ ପରେ ପଶ୍ଚିମବଙ୍ଗରେ ଟିଏମସି ଏକକୀ ପ୍ରାର୍ଥୀ ଦେଇଛି । ନିର୍ବାଚନ ଭିତରେ ପୁଣି ସ୍ୱର ବଦଳାଇଛନ୍ତି ମମତା । କଂଗ୍ରେସ ପ୍ରତିକ୍ରିୟାରେ କହିଛି ମମତାଙ୍କ ଉପରେ ଆଉ ବିଶ୍ୱାସ କରିବା ଠିକ ନୁହେଁ ।
ମମତା ବାନାର୍ଜୀଙ୍କ ୟୁ-ଟର୍ଣ୍ଣ: ଇଣ୍ଡିଆ ମେଣ୍ଟକୁ ବାହାରୁ ସମର୍ଥନ ଦେବା ବୟାନକୁ ନେଇ ବିବାଦ ପରେ ବଦଳାଇଲେ ମତ
/kanak/media/post_attachments/wp-content/uploads/2024/05/779668-mamata-banerjee-2.webp)