ବାଲେଶ୍ୱରରେ ବର୍ଷିଲେ ସଚିନ ପାଇଲଟ । କହିଲେ, ଓଡ଼ିଶାରେ ଏକାଠି ହୋଇଛନ୍ତିି ବିଜେପି-ବିଜେଡି । ।

480

କନକ ବ୍ୟୁରୋ: ବାଲେଶ୍ୱରରେ କଂଗ୍ରେସ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିଛନ୍ତି ବରିଷ୍ଠ କଂଗ୍ରେସ ନେତା ସଚିନ ପାଇଲଟ । ବାଲେଶ୍ୱର ମିଶନ ପଡିଆରେ ଆୟୋଜିତ ସଂକଳ୍ପ ସମାବେଶରେ ସାମିଲ ହୋଇ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି । ସଭାମଞ୍ଚରୁ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି ସଚିନ ପାଇଲଟ ।

ପାଇଲଟ୍ କହିଛନ୍ତି, ଓଡିଶାରେ ବିଜେପି ଓ ବିଜେପି ଏକ ହୋଇଛନ୍ତି । ଦୁଇ ଦଳର ମଧୁଚନ୍ଦ୍ରିକା ଯୋଗୁଁ ରାଜ୍ୟର ସ୍ୱାର୍ଥ ଓ ବିକାଶ କାମ ବାଟବଣା ହେଉଛି ବୋଲି କହିଛନ୍ତି ସଚିନ ପାଇଲଟ । ସେହିପରି ବିଜେପିକୁ ଟାର୍ଗେଟ କରି କହିଛନ୍ତି, ଦେଶର ୪ଟି ପର୍ଯ୍ୟାୟ ମତଦାନ ପରେ ଏନଡିଏ ବ୍ୟାକଫୁଟକୁ ଚାଲିଯାଇଛି । ବାଲେଶ୍ୱରର ସାଂସଦ ଶ୍ରୀକାନ୍ତ ଜେନା ଥିବା ସମୟରେ ଅଞ୍ଚଳରେ ବିକାଶ ହୋଇଥିଲା । କିନ୍ତୁ ଗତ ୧୦ ବର୍ଷ ହେଲା ବାଲେଶ୍ୱରର ବିକାଶ କାମ ଠପ୍ ହୋଇପଡିଛି । ତେଣୁ ଏଥର କଂଗ୍ରେସ ସାଂସଦ ପ୍ରାର୍ଥୀ ଶ୍ରୀକାନ୍ତ ଜେନା ଓ କଂଗ୍ରେସ ବିଧାୟକ ପ୍ରାର୍ଥୀଙ୍କୁ ବିପୁଳ ଭୋଟରେ ବିଜୟୀ କରାଇବାକୁ ସେ ଭୋଟରଙ୍କୁ ଅପିଲ କରିଛନ୍ତି ।