ଆସନ୍ତାକାଲି ରାତିରେ ଭୁବନେଶ୍ୱରରେ ପହଞ୍ଚିବେ ମୋଦୀ । ପୁରୀରେ କରିବେ ରୋଡ ସୋ’, କଟକରେ ଜନସଭା । ସିଲ ହେବ ବାଲିଯାତ୍ରା ପଡ଼ିଆକୁ ସଂଲଗ୍ନ ରାସ୍ତା । 

ମୁତୟନ ହେବେ ୩୦ପ୍ଲାଟୁନ ଫୋର୍ସ

84

କନକ ବ୍ୟୁରୋ: ଆସନ୍ତାକାଲି ଓଡ଼ିଶା ଆସିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଭୁବନେଶ୍ୱରରେ ରାତ୍ରିଯାପନ କରିବା ପରେ ୨୦ ତାରିଖରେ ପୁରୀ ଯାଇ ମହାପ୍ରଭୁ ଜଗନ୍ନାଥଙ୍କ ଆଶୀର୍ବାଦ ନେବେ । ଏହା ପରେ ପୁରୀରେ ପ୍ରଧାନମନ୍ତ୍ରୀଙ୍କର ରୋଡ ସୋ କାର୍ଯ୍ୟକ୍ରମ ରହିଛି । ଏହା ପରେ ସକାଳ ୯ଟା ୩୦ରେ ଅନୁଗୁଳ ଓ ୧୧ଟା ୩୦ରେ କଟକରେ ଜନସଭାକୁ ସମ୍ବୋଧନ କରିବେ । କଟକ ବାଲିଯାତ୍ରା ପଡ଼ିଆରେ ଜନସଭାକୁ ସମ୍ବୋଧନ କରିବେ ମୋଦୀ ।

ପ୍ରଧାନମନ୍ତ୍ରୀଙ୍କ ଗସ୍ତ ପାଇଁ କଡା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯିବା ନେଇ ସୂଚନା ଦେଇଛନ୍ତି ପୋଲିସ କମିଶନର ସଂଜୀବ ପଣ୍ଡା । ବାଲିଯାତ୍ରା ପଡ଼ିଆ ଓ ନିକଟସ୍ଥ ହେଲିପ୍ୟାଡକୁ ସନ୍ଧାନୀ କୁକୁର, ବୋମା ନିଷ୍କ୍ରିୟକାରୀ ଦଳ ଓ ଆଂଟି ସେବୋଟେଜ ଟିମ୍ ଯାଂଚ କରୁଛନ୍ତି । କାଲି ବାଲିଯାତ୍ରା ପଡ଼ିଆକୁ ସଂଯୋଗ କରୁଥିବା ରାସ୍ତାକୁ ସିଲ୍ କରାଯିବ । ସୁରକ୍ଷାରେ ମୁତୟନ ହେବେ ୩୦ ପ୍ଲାଟୁନ ଫୋର୍ସ । କଟକ ଡିସିପି ଆର ପ୍ରକାଶଙ୍କ ନେତୃତ୍ୱରେ ୩ଜଣ ଡିଏସପି, ୬ଜଣ ଅତିରିକ୍ତ ଡିସିପି, ୧୮ ଏସିପି, ୪୦ ଇନ୍ସପେକ୍ଟର ଓ ୧୫୦ ଜଣ ଅଫିସର ରହିବେ । କଟକ ବାଲିଯାତ୍ରା ପଡ଼ିଆ ନୋ ଫ୍ଲାଇଂ ଜୋନ୍ ଓ ନୋ ଡ୍ରୋନ ଜୋନ୍ ହେବ । ହାଇ ରାଇଜିଂ ବିଲଣ୍ଡିରୁ ସ୍ନାଇପର ସୁଟର ରହିବେ ।