Daily Archives

January 5, 2020

ଭଦ୍ରକରେ ବେଆଇନ ଭାବେ ଗଚ୍ଛିତ ହଜାରେ ବସ୍ତା ପିଡିଏସ୍ ଚାଉଳ ଜବତ । ମହଜୁଦ୍ ଥିବା ଘରକୁ ସିଲ୍ କଲା ପ୍ରଶାସନ । କେଉଁଠୁ…

କନକ ବ୍ୟୁରୋ: ଭଦ୍ରକ ଜିଲ୍ଲା ତିିହିଡି ବ୍ଲକ ପାଖ ଏକ ଘରୁ ବେଆଇନ ଭାବେ ଗଚ୍ଛିତ ହଜାରେ ବସ୍ତା ପିଡିଏସ ଚାଉଳ ଜବତ । ବସ୍ତା ବସ୍ତା ପିଡିଏସ ଚାଉଳ ଏକ ଘରେ ରଖାଯାଇଥିବା ଖବର ପାଇ ତିହିଡି ତହସିଲଦାର ଓ ଯୋଗାଣ ନୀରିକ୍ଷକ ଚଢାଉ କରିଥିଲେ । ଚଢାଉ ସମୟରେ ଦୁଇଟି ଟ୍ରକରେ ଲଦା ହୋଇଥିବା ୩୪୦ ବସ୍ତା…

ନାଗରିକତା ଆଇନକୁ ନେଇ ଆଜିଠୁ ବିଜେପିର ଜନଜାଗରଣ ଅଭିଯାନ । ଘର ଘର ବୁଲି ଲୋକଙ୍କୁ ସଚେତନ କରିବେ ନେତା । ୩କୋଟି ପରିବାର…

କନକ ବ୍ୟୁରୋ: ନାଗରିକତା ସଂଶୋଧନ ଆଇନକୁ ନେଇ ଆଜିଠୁ ବିଜେପିର ଜନଜାଗରଣ ଅଭିଯାନ । ଘର ଘର ବୁଲି ଲୋକଙ୍କୁ ସଚେତନ କରିବେ ନେତା । ତିନି କୋଟି ପରିବାର ପାଖରେ ପହଁଚି ଲୋକଙ୍କୁ ସଚେତନ କରିବାକୁ ଯୋଜନା କରିଛି ଦଳ । ଆଜି ଦେଶର ୪୨ଟି ସ୍ଥାନରେ ବରିଷ୍ଠ ନେତା ଘର-ଘର ସମ୍ପର୍କର ଶୁଭାରମ୍ଭ କରିବେ ।…

ମାଡ଼ି ଆସୁଛି ଜାଡ଼: ଆସନ୍ତାକାଲିଠୁ ପୁଣି ରାଜ୍ୟବ୍ୟାପି ଅନୁଭୂତ ପ୍ରବଳରୁ ଅତି ପ୍ରବଳ ଥଣ୍ଡା । ଆଭ୍ୟନ୍ତରୀଣ ଓ ଉପକୂଳ…

କନକ ବ୍ୟୁରୋ: ଆସନ୍ତାକାଲିଠାରୁ ପୁଣି ଥରାଇବ ଶୀତ । କାଲିଠାରୁ ଆକାଶ ମେଘମୁକ୍ତ ରହିବା ସହ ତାପମାତ୍ରା କମିବ । ଫଳରେ ପୁଣି ଥରେ ପ୍ରବଳ ଶୀତ ଅନୁଭୂତ ହେବ । ଏଭଳି ଆକଳନ କରିଛି ଆଂଚଳିକ ପାଣିପାଗ କେନ୍ଦ୍ର । ଏହା ସହିତ ଆଭ୍ୟନ୍ତରୀଣ ଓ ଉପକୂଳ ଓଡିଶାର ବିଭିନ୍ନ ସ୍ଥାନରେ ଘନ କୁହୁଡି ପଡିବ…

ଲୋକପ୍ରିୟ ରିୟାଲିଟି ଶୋ’ ବିଗବସ୍ ରେ ଓଡିଶାର ଗର୍ବ ଏବଂ ଗୌରବର ଚର୍ଚ୍ଚା : ଶ୍ରୀକ୍ଷେତ୍ର ଏବଂ ଅର୍କକ୍ଷେତ୍ରର ଚର୍ଚ୍ଚା…

ଜାତୀୟ ସ୍ତରରେ ଖୁବ୍ ଲୋକପ୍ରିୟତା ସାଉଁଟିଥିବା ରିୟାଲିଟି ଶୋ’ ବିଗବସ୍ ର ବର୍ତ୍ତମାନ ୧୩ ତମ ସଂସ୍କରଣ ଚାଲୁ ରହିଛି । ଏହି ଶୋ’ରେ ଭାଗ ନେଇଥିବା ପ୍ରତିଯୋଗୀ ଅଧିକାଂଶ ସମୟରେ ଝଗଡା କରୁଥିବା କିମ୍ବା ପରସ୍ପର ବିରୋଧରେ ଗପୁଥିବାର ହିଁ ଶୁଣିବାକୁ ମିଳିଥାଏ । କିଛି ଦିନ ତଳେ ଜାତୀୟ ସ୍ତରରେ…

ଆଜି ପବିତ୍ର ଶାମ୍ବ ଦଶମୀ : ପରିବାରର ମଙ୍ଗଳ କାମନା କରି ମହିଳାମାନେ କରିଥାନ୍ତି ସୂର୍ଯ୍ୟ ପୂଜା

ଆଜି ପବିତ୍ର ଶାମ୍ବ ଦଶମୀ । ଶାମ୍ବ ଦଶମୀ ପୌଷ ଶୁକ୍ଳ ଦଶମୀ ଦିନ ପାଳନ କରାଯାଏ । ଶାମ୍ବ ଦଶମୀ ହେଉଛି ସୂର୍ଯ୍ୟ ପୂଜାର ପର୍ବ, ଯେପରି କୁମାର ପୂର୍ଣ୍ଣମୀ ଚନ୍ଦ୍ରପୂଜା ପର୍ବ । ବର୍ଷର ବାରମାସ ଯାକ ବିଭିନ୍ନ ପର୍ବପର୍ବାଣି ପାଳିତ ହେଉଥିଲେ ମଧ୍ୟ ମୁଖ୍ୟତଃ ଶ୍ରାବଣ ଅମାବାସ୍ୟା ଚିତାଲାଗିଠାରୁ…

ମଧ୍ୟପ୍ରାଚ୍ୟରେ ବଢିଲା ଉତ୍ତେଜନା । ରକେଟ୍ ମାଡରେ ଥରିଲା ଆମେରିକା ଦୂତାବାସ । ଭୟଙ୍କର ପରିଣାମ ପାଇଁ ଇରାନକୁ…

କନକ ବ୍ୟୁରୋ: ଇରାକରେ ଥିବା ଆମେରିକାର ଦୁତାବାସ ଉପରେ ଇରାନ ରକେଟ ମାଡ କରିବା ପରେ ରଣହୁଙ୍କାର ଦେଇଛି ଆମେରିକା । ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଖୋଲା ଚେତାବନୀ ଦେଇ କହିଛନ୍ତି, ଆମେରିକୀୟ ସେନା ଇରାନର ୫୨ଟି ସ୍ଥାନକୁ ଚିହ୍ନଟ କରିଛି । ଆଉ ଯଦି ଇରାନ ଆମେରିକାର କୌଣସି ସମ୍ପତି ବା ନାଗରିକ…