ଭଦ୍ରକରେ ବେଆଇନ ଭାବେ ଗଚ୍ଛିତ ହଜାରେ ବସ୍ତା ପିଡିଏସ୍ ଚାଉଳ ଜବତ । ମହଜୁଦ୍ ଥିବା ଘରକୁ ସିଲ୍ କଲା ପ୍ରଶାସନ । କେଉଁଠୁ ଆସିଲା, କିଏ ରଖିଥିଲା ? ଚାଲିଛି ଖୋଳତାଡ

277

କନକ ବ୍ୟୁରୋ: ଭଦ୍ରକ ଜିଲ୍ଲା ତିିହିଡି ବ୍ଲକ ପାଖ ଏକ ଘରୁ ବେଆଇନ ଭାବେ ଗଚ୍ଛିତ ହଜାରେ ବସ୍ତା ପିଡିଏସ ଚାଉଳ ଜବତ । ବସ୍ତା ବସ୍ତା ପିଡିଏସ ଚାଉଳ ଏକ ଘରେ ରଖାଯାଇଥିବା ଖବର ପାଇ ତିହିଡି ତହସିଲଦାର ଓ ଯୋଗାଣ ନୀରିକ୍ଷକ ଚଢାଉ କରିଥିଲେ । ଚଢାଉ ସମୟରେ ଦୁଇଟି ଟ୍ରକରେ ଲଦା ହୋଇଥିବା ୩୪୦ ବସ୍ତା ପିଡିଏସ ଚାଉଳ ଓ ଘରେ ଥିବା ୭୦୦ରୁ ଅଧିକ ବସ୍ତା ଚାଉଳ ଜବତ କରାଯାଇଛି ।

ଖବର ପାଇ ଘଟଣାସ୍ଥଳରେ ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ଓ ସିଡିପିଓ ପ୍ରମୁଖ ପହଂଚି ଘରକୁ ସିଲ କରିଛନ୍ତି । ଏତେ ସଂଖ୍ୟକ ଚାଉଳ କେଉଁଠୁ ଆସିଲା, କିଏ ହଜାରେ ବସ୍ତା ପିଡିଏସ ଚାଉଳକୁ ଗଚ୍ଛିତ ରଖିଥିଲା, ତାକୁ ନେଇ ଏବେ ଖୋଳତାଡ ଆରମ୍ଭ ହୋଇଛି । ଏହି ଘଟଣାର ମାଷ୍ଟର ମାଇଣ୍ଡକୁ ଧରିବା ପାଇଁ ସ୍ଥାନୀୟ ବାସିନ୍ଦା ଦାବି କରିଛନ୍ତି । ଯଦି ପ୍ରଶାସନ ତଦନ୍ତରେ ଶିଥିଳତା ଦେଖାଦିଏ ଆଗକୁ ଜୋରଦାର ଆନ୍ଦୋଳନ କରାଯିବ ବୋଲି ସ୍ଥାନୀୟ ଲୋକେ ଚେତାବନୀ ଦେଇଛନ୍ତି ।