କନକ ବ୍ୟୁରୋ: ଇରାକରେ ଥିବା ଆମେରିକାର ଦୁତାବାସ ଉପରେ ଇରାନ ରକେଟ ମାଡ କରିବା ପରେ ରଣହୁଙ୍କାର ଦେଇଛି ଆମେରିକା । ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଖୋଲା ଚେତାବନୀ ଦେଇ କହିଛନ୍ତି, ଆମେରିକୀୟ ସେନା ଇରାନର ୫୨ଟି ସ୍ଥାନକୁ ଚିହ୍ନଟ କରିଛି । ଆଉ ଯଦି ଇରାନ ଆମେରିକାର କୌଣସି ସମ୍ପତି ବା ନାଗରିକ ଉପରେ ଆକ୍ରମଣ କରେ ତେବେ ଏହି ସବୁ ଠିକଣା ଉପରେ ଜୋରଦାର ଓ ବିଧ୍ୱଂସକ ଆକ୍ରମଣ କରିବ । ଆମେରିକା ଆଉ କାହାର ଧମକକୁ ବରଦାସ୍ତ କରିପାରିବନାହିଁ ।
....targeted 52 Iranian sites (representing the 52 American hostages taken by Iran many years ago), some at a very high level & important to Iran & the Iranian culture, and those targets, and Iran itself, WILL BE HIT VERY FAST AND VERY HARD. The USA wants no more threats!
— Donald J. Trump (@realDonaldTrump) January 4, 2020
ଟ୍ରମ୍ପ ନିଜ କଥାକୁ ଅଧିକ ପ୍ରଭାବଶାଳୀ ଭାବେ ଦର୍ଶାଇବା ପାଇଁ ନିଜ ଟୁଇଟରେ କ୍ୟାପିଟାଲ ଅକ୍ଷରର ବ୍ୟବହାର କରିଛନ୍ତି । ସେ ଲେଖିଛନ୍ତି ଇରାନ ଉପରେ ଖୁବ୍ଶୀଘ୍ର ଓ ଜୋରଦାର ଆକ୍ରମଣ କରାଯିବ । ଇରାକ ସ୍ଥିତ ଆମେରିକୀ ଦୂତାବାସ ଓ ବଲାଦ ସୈନ୍ୟ କ୍ୟାମ୍ପ ଉପରେ ଇରାନ ରକେଟ ମାଡ କରିବା ପରେ ଟ୍ରମ୍ପ ଏହି ବୟାନ ଦେଇଛନ୍ତି । ଭାରତୀୟ ସମୟ ମୁତାବକ ଶନିବାର ପ୍ରାୟ ଅଧରାତିରେ ବାଗଦାଦସ୍ଥିତ ଆମେରିକୀ ଦୂତାବାସ ଓ ବଲାଦ ଏୟାର ବେସ ଉପରେ ଇରାନ ସମର୍ଥକ ମିଲିସିଆ ରକେଟ୍ ମାଡ କରିଥିଲେ ।
ଇରାନ ଓ ଆମେରିକା ଲଢ଼େଇ ଯୋଗୁଁ ମଧ୍ୟପ୍ରାଚ୍ୟରେ ବଢ଼ି ଯାଇଛିି ଉତ୍ତେଜନା । ଆଉ ଏକ ଯୁଦ୍ଧର ଆଶଙ୍କା କରିଛନ୍ତି ମଧ୍ୟପ୍ରାଚ୍ୟର ଦେଶ । ଇରାନୀ କମାଣ୍ଡରକୁ ଆମେରିକା ମାରିବା ପରେ ପ୍ରତିଶୋଧ ପରାୟଣ ହୋଇ ଇରାନ ଗତକାଲି ଇରାକର ରାଜଧାନୀ ବାଗଦାଦରେ ଥିବା ଆମେରିକାର ଦୂତାବାସ ଉପରେ ଆକ୍ରମଣ କରିବା ପରେ ଏହି ଆଶଙ୍କା ଆହୁରି ବଢ଼ି ଯାଇଛି । ସ୍ଥାନୀୟ ସୁରକ୍ଷାକର୍ମୀ ଦେଇଥିବା ସୂଚନା ଅନୁସାରେ ବାଗଦାର ଗ୍ରୀନ୍ ଜୋନ୍ ପରିଧି ଭିତରେ ଥିବା ଏହି ଦୂତାବାସ ଉପରେ ଆକ୍ରମଣ ହୋଇଛି । ତେବେ ଏହି ଆକ୍ରମଣରେ ନିର୍ଦ୍ଧିଷ୍ଟ ଭାବେ କେତେ ଜଣ ପ୍ରାଣ ହରାଇଛନ୍ତି ତାହା ସ୍ପଷ୍ଟ ହୋଇନାହିଁ ।
ବଡ଼ କଥା ହେଉଛି ଏହି ଆକ୍ରମଣ ପରେ ଆମେରିକା ଆକାଶରେ ଯୁଦ୍ଧ ବିମାନର ଗତିବିଧି ବଢ଼ି ଯାଇଛି । ଅନ୍ୟପଟେ ମସଜିଦ୍ ଉପରେ ଲାଲ୍ ଝଣ୍ଡା ଉଡାଇ ଆମେରିକା ବିରୋଧରେ ଯୁଦ୍ଧର ଇସାରା ଦେଇଛି ଇରାନ୍ । ସୁଲେମାନୀଙ୍କ ହତ୍ୟା ପରେ ପ୍ରତିଶୋଧ ପରାୟଣ ହୋଇ ଉଠିଥିବା ଇରାନ୍ ଖୋଲାଖୋଲି ନହେଲେ ବି ଯୁଦ୍ଧ ପାଇଁ ଏକ ପ୍ରକାର ଇସାରା ଦେଇଛି । ସ୍ଥାନୀୟ ଏକ ମସଜିଦ୍ରେ ଲାଲ୍ ଖଣ୍ଡ ଉଡ଼ାଇ ଏଭଳି ଏକ ଇସାରା ଦେଇଛି । ଆନ୍ତର୍ଜାତୀକ ଗଣମାଧ୍ୟମ ଏହାକୁ ଇରାନ୍ର ଯୁଦ୍ଧ ଘୋଷଣା ବୋଲି ଆକଳନ କରୁଛନ୍ତି । ଯାହା ସାରା ଦୁନିଆ ପାଇଁ ଏକ ବଡ ସଂକଟ ଭାବେ ଉଭା ହୋଇଛି ।