ମାଆକୁ ଭଲ କରିବାକୁ କୁନି ପୁଅର ନିବେଦନ: କିଡନୀ ରୋଗରେ ଆକ୍ରାନ୍ତ ହୋଇ ଯନ୍ତ୍ରଣାରେ ଛଟପଟ ହେଉଛି ମାଆ

85

କନକ ବ୍ୟୁରୋ: କିଡନୀ ରୋଗରେ ଆକ୍ରାନ୍ତ ମାଆ ପାଇଁ କୁନି ପୁଅର ଆକୁଳ ନିବେଦନ । ଦୁଇ ଦୁଇଟି କିଡନୀ ନଷ୍ଟ ହୋଇଯିବା ପରେ ଯନ୍ତ୍ରଣାରେ ଛଟପଟ ହେଉଛନ୍ତି ମହିଳା ଜଣକ । ଭଦ୍ରକ ଆଗରପଡା ପୁରୁଷଣ୍ଢ ବେହେରା ସାହିର ସରସ୍ୱତୀ ବାରିକ । ଦୁଇ ବର୍ଷ ତଳେ କିଡନୀ ନଷ୍ଟ ହୋଇଯାଇଥିବା ଜାଣିବାକୁ ପାଇଲେ । ତାପରଠୁ କମିନି ପରିବାରର ଦୁଃଖ । ଅଭାବ ଭିତରେ ରହୁଥିବା ପରିବାର କିଭଳି ସରସ୍ୱତୀଙ୍କ ଚିକିତ୍ସା କରିବା ସେ ନେଇ ଚିନ୍ତାରେ ପଡିଛି । ସ୍ୱାମୀ ପ୍ରଦୀପ ବାରିକ ଯାହାକିଛି ଥିଲା ସବୁ ଚିକିତ୍ସାରେ ଖର୍ଚ୍ଚ କରିସାରିଛନ୍ତି । ଏବେ ଚିକିତ୍ସା ପାଇଁ ଅଧିକ ଅର୍ଥ ଦରକାର ହେଉଥିବା ବେଳେ ପିଲାଙ୍କ ପାଠ ପଢା ବି ବନ୍ଦ ହୋଇଗଲାଣି । ସରସ୍ୱତୀଙ୍କ କିଡନୀ ଟ୍ରାନ୍ସପ୍ଲାଂଟ କରିବାକୁ ୨୦ରୁ ୨୫ ଲକ୍ଷ ଟଙ୍କା ଦରକାର ହେଉଛି । ଅଭାବ ଭିତରେ ରହୁଥିବା ପ୍ରଦୀପଙ୍କ ପରିବାର ଚିକିତ୍ସା ପାଇଁ ଅର୍ଥ କେଉଁଠୁ ଆଣିବ ସେ ନେଇ ପଡିଛି ଚିନ୍ତାରେ ।

ଦୁଃଖ ଯନ୍ତ୍ରଣାରେ ଛଟପଟ ହେଉଛନ୍ତି ସରସ୍ୱତୀ । ପରିବାର ଦୁଃଖ ଭିତରେ ତାଙ୍କର ଚିକିତ୍ସା ପାଇଁ ଏବେ ପୁରା ପରିବାର ଭାଙ୍ଗିପଡିଛନ୍ତି । ତାଙ୍କର ଚିକତ୍ସା ।ପାଇଁ ବିଭିନନ ସ୍ଥାନରେ କିଛି ସାହାଯ୍ୟ ସହଯୋଗ ପାଇଁ ଅନୁରୋଧ କରିଛନ୍ତି । ଖାଲି ସେତିକି ନୁହେଁ ସ୍ଥାନୀୟ ଲୋକେ ପରିଜନ ମଧ୍ର ଅସହାୟ ପ୍ରଦୀପଙ୍କ ପରିବାରକୁ ସହଯୋଗ ପାଇଁ ଅନୁରୋଧ କରିଛନ୍ତି ।

ଦୁଃଖ ଅନଟନ ଭିତରେ ଜୀବନ ଜୀଉଁଥିବା ପ୍ରଦୀପଙ୍କ ପରିବାରକୁ କିଛି ଆର୍ଥିକ ସହାୟତା ଯୋଗାଯାଇପାରିଲେ ସରସ୍ୱତୀଙ୍କ ଚିକିତ୍ସା ହୋଇପାରିବ । ସରସ୍ୱତୀଙ୍କୁ ଏକ ନୂଆ ଜୀବନ ମିଳିପାରିବ ।