ଆଠଗଡ ଅଂଚଳରେ ବିରଳ ପକ୍ଷୀ: ମହାନଦୀ ଅବବାହିକାରେ ବଂଶ ବିସ୍ତାର କରୁଛନ୍ତି ବିରଳ ପକ୍ଷୀ ଇଣ୍ଡିଆନ୍ ସ୍କିମର

81

କନକ ବ୍ୟୁରୋ: ଆଠଗଡ ଅଂଚଳରେ ବିରଳ ପକ୍ଷୀ । ମହାନଦୀ ଅବବାହିକାରେ ଅଣ୍ଡା ଦେଇଛନ୍ତି ଏହି ବିରଳ ପକ୍ଷୀ ଇଣ୍ଡିଆନ୍ ସ୍କିମର ବା ପାଣି ଚିରି । ଏହି ପକ୍ଷୀ ଗୁଡିକ ପାକିସ୍ତାନ ଓ ମିଆଁମାରରେ ଦେଖାଯାଉଥିବା ବେଳେ ଏବେ ଓଡ଼ିଶାର ମହାନଦୀ ଅବବାହିକାରେ ବଂଶ ବିସ୍ତାର କରିଛନ୍ତି । ସାତକୋଶିଆରୁ ନେଇ ମୁଣ୍ଡୁଳି, ଖୁଂଟୁଣୀ ବନାଂଚଳରେ ବଂଶ ବିସ୍ତାର କରିଛନ୍ତି । ଏବେ ୧୬୫ଟି ବିରଳ ଚିରି ପକ୍ଷୀ ଆସିବା ସହିତ ୮୨ଟି ଅଣ୍ଡା ମଧ୍ୟ ଦେଇଛନ୍ତି । ସେଥିରୁ ୩୫ଟି ଛୁଆ ବାହରିଥିବା ବେଳେ ସେମାନଙ୍କ ୨୪ ଘଂଟିଆ ସୁରକ୍ଷା ବ୍ୟବସ୍ଥା କରାଯାଇଛି ।