ନାଗରିକତା ଆଇନକୁ ନେଇ ଆଜିଠୁ ବିଜେପିର ଜନଜାଗରଣ ଅଭିଯାନ । ଘର ଘର ବୁଲି ଲୋକଙ୍କୁ ସଚେତନ କରିବେ ନେତା । ୩କୋଟି ପରିବାର ପାଖରେ ପହଞ୍ଚିବାକୁ ଯୋଜନା

ଓଡିଶାରେ ଶୁଭାରମ୍ଭ କରିବେ କେନ୍ଦ୍ରମନ୍ତ୍ରୀ ଛଗନ ସିଂହ କୁଲସ୍ତେ

255

କନକ ବ୍ୟୁରୋ: ନାଗରିକତା ସଂଶୋଧନ ଆଇନକୁ ନେଇ ଆଜିଠୁ ବିଜେପିର ଜନଜାଗରଣ ଅଭିଯାନ । ଘର ଘର ବୁଲି ଲୋକଙ୍କୁ ସଚେତନ କରିବେ ନେତା । ତିନି କୋଟି ପରିବାର ପାଖରେ ପହଁଚି ଲୋକଙ୍କୁ ସଚେତନ କରିବାକୁ ଯୋଜନା କରିଛି ଦଳ । ଆଜି ଦେଶର ୪୨ଟି ସ୍ଥାନରେ ବରିଷ୍ଠ ନେତା ଘର-ଘର ସମ୍ପର୍କର ଶୁଭାରମ୍ଭ କରିବେ । ଆଗାମି ୧୦ ଦିନ ପର୍ଯ୍ୟନ୍ତ ଏହି ଅଭିଯାନ ଚାଲିବ । ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଗୃହମନ୍ତ୍ରୀ ଅମିତ୍ ଶାହା ଦିଲ୍ଲୀରୁ ଏହି ଅଭିଯାନର ଶୁଭାରମ୍ଭ କରିବେ ।

ସେହିପରି ଜେପି ନଡ୍ଡା ଗାଜିଆବାଦ, ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂହ ଲକ୍ଷ୍ନୌ, କେନ୍ଦ୍ରମନ୍ତ୍ରୀ ନୀତିନ ଗଡକରୀ ନାଗପୁରରେ, କେନ୍ଦ୍ରମନ୍ତ୍ରୀ ବି, ସଦାନନ୍ଦ ଗୌଡା ବେଙ୍ଗାଲୁରରେ , ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଜୟପୁରରେ ଏହି ଅଭିଯାନର ଶୁଭାରମ୍ଭ କରିବେ । ଓଡିଶାରେ ଛଗନ ସିଂହ କୁଲସ୍ତେ ଏହି ଅଭିଯାନର ଶୁଭରାମ୍ଭ କରିବେ । ନାଗରିକତା ସଂଶୋଧନକୁ ବିରୋଧ କରି ଦେଶବ୍ୟାପି ବିରୋଧୀମାନେ ବିରୋଧ କରିବା ପରେ ଏବେ ଭାରତୀୟ ଜନତା ପାର୍ଟି ଏହି ଆଇନ ସପକ୍ଷରେ ଜନ ସଚେତନତା କରିବାକୁ ଘୋଷଣା କରିଥିଲା ।