ବିଜେପିର ସଂକଳ୍ପପତ୍ର: ସୁଭଦ୍ରା ଯୋଜନାରେ ମହିଳାଙ୍କୁ ୫୦ ହଜାର ଟଙ୍କାର ନଗଦ ଭାଉଚର । ୨୦୨୭ ସୁଦ୍ଧା ୨୫ ଲକ୍ଷ ଲକ୍ଷପତି ଦିଦି ସୃଷ୍ଟି ଲକ୍ଷ୍ୟ…

141

କନକ ବ୍ୟୁରୋ: ଓଡିଶାରେ ସୁଭଦ୍ରା ଯୋଜନା ଆରମ୍ଭ କରିବ ବିଜେପି । ସରକାରକୁ ଆସିଲେ ମହିଳାଙ୍କ ପାଇଁ ଏହି ଯୋଜନା କରିବାକୁ ପ୍ରତିଶ୍ରୁତି ପତ୍ର ଅର୍ଥାତ ସଂକଳ୍ପପତ୍ରରେ ଜାରି କରିଛି ବିଜେପି । ସୁଭଦ୍ରା ଯୋଜନାରେ ପ୍ରତି ମହିଳାଙ୍କୁ ୫୦ ହଜାର ଟଙ୍କାର ନଗଦ ଭାଉଚର ଦିଆଯିବ ଯାହା ୨ ବର୍ଷ ମଧ୍ୟରେ ଖର୍ଚ୍ଚ କରାଯାଇପାରିବ ।

ସେହିପରି ଯଦି ବିଜେପି ସରକାର ଗଢେ ତେବେ ମହିଳାଙ୍କ ପାଇଁ ଆଉ ଏକ ସୁଯୋଗ ବି ଆଣିଦେବ । ୨୦୨୭ ସୁଦ୍ଧା ଓଡିଶାରେ ୨୫ ଲକ୍ଷ ଲକ୍ଷପତି ଦିଦି ସୃଷ୍ଟି କରିବ ବୋଲି ନିଜ ଇସ୍ତାହାର ପତ୍ରରେ ରଖିଛି ବିଜେପି ।

ତେବେ ସଂକଳ୍ପ ପତ୍ର ଉନ୍ମୋଚନ କରିବା ପରେ ନିଜ ଅଭିଭାଷଣରେ ରାଜ୍ୟ ସରକାରଙ୍କୁ ଟାର୍ଗେଟ୍ କରିଛନ୍ତି ଜେ.ପି ନଡ୍ଡା । କହିଛନ୍ତି ଆମେ ବିକାଶ ରାଜନୀତି କରୁଛୁ । ଆୟୁଷ୍ମାନ ଯୋଜନାରୁ ଓଡିଶାକୁ ବଞ୍ଚିତ କରିଛନ୍ତି ବିଜେଡ଼ି ସରକାର, ଓଡିଶାକୁ ୩ ଲକ୍ଷ ୫୨ ହଜାର କୋଟି ମିଳିଛି । ବିଜେପି ଓଡ଼ିଶାରେ ବିରୋଧୀ ଦଳ ନୁହେଁ ସରକାର ଗଢିବା ପାଇଁ ଲଢୁଛି । ବିଜେଡି ସରକାର ମିଛ ପ୍ରତିଶ୍ରୁତି ପୂରଣ ହେଲାନି, କ୍ଷେତକୁ ପାଣି ଯାଉନି, ଓଡ଼ିଶାରେ କୃଷକଙ୍କର ଆୟ କମ ଅଛି । ଦାଦନ ଅଧିକ ଅଛନ୍ତି ହେଲେ ସରକାରଙ୍କୁ ଏହାର ଚିନ୍ତା ବି ନାହିଁ, ଶିକ୍ଷା, ସ୍ୱାସ୍ଥ୍ୟ ବ୍ୟବସ୍ଥା ଭୁଶୁଡି ପଡିଛି ବୋଲି ଆଟାକ୍ କରିଛନ୍ତି ନଡ୍ଡା ।

ଓଡିଶାରେ ଅପରାଧ ନେଇ ବର୍ଷିଛନ୍ତି ନଡ୍ଡା । କହିଛନ୍ତି, ମହିଳା ବିରୋଧୀ ଅପରାଧରେ ଓଡିଶା ୧ ନମ୍ବର ଅଛି । ମହିଳା ବିରୋଧୀ ଅପରାଧରେ ବିଜେଡି ନେତା ସମ୍ପୃକ୍ତି ଅଛନ୍ତି । ଓଡିଶାବାସୀ ସବୁଠୁ ଅଧିକ ବିଦ୍ୟୁତ ଶୁକ୍ଳ ଦେଉଛନ୍ତି । ବିଦ୍ୟୁତ ଅଭାବରୁ ଶୀତଳଭଣ୍ଡାର ବନ୍ଦ ହେଉ ଯାଉଛି । ଓଡିଶା ଜଗନ୍ନାଥଙ୍କ ଭରସାରେ ଚାଲିଛି । ଇସ୍ତାହାର କ୍ୟାବିନେଟ କମିଟି ଗଠନ କରି ସବୁ ପ୍ରତିଶ୍ରୁତି ପୁରଣ କରିବ, ଦୁର୍ନୀତି ସମାପ୍ତ ହେବ । ଦୁର୍ନୀତି ପାଇଁ ଜିରୋ ଟଲରେଟ ନୀତି କରିବ ବିଜେପି । ଏଥିସହ ବିଜେପି ସରକାରକୁ ଆସିଲେ ଚିଟପଣ୍ଡ ଟଙ୍କା ଫେରସ୍ତ କରିବ ବୋଲି ନଡ୍ଡା ଦୃଢୋକ୍ତି ପ୍ରକାଶ କରିଛନ୍ତି ।