ପଶ୍ଚିମବଙ୍ଗକୁ ଚୋରା ଗୋ ଚାଲାଣ ବେଳେ ସେରଗଡରୁ ଗୋରୁ ବୋଝେଇ କଂଟେନରକୁ ଧରିଲେ ଲୋକେ । କଂଟେନରରେ ବୋଝେଇ ଥିଲା ପ୍ରାୟ ୨୫୦ ଗୋରୁ

334

କନକ ବ୍ୟୁରୋ: ବାଲେଶ୍ୱରରେ ଧରାପଡିଲା ଗୋରୁ ବୋଝେଇ କଂଟେନର । ଚୋରା ଗୋ ଚାଲାଣ ବେଳେ ଗୋରୁ ବୋଝେଇ କଂଟେନରକୁ ଧରିଲେ ସ୍ଥାନୀୟ ଲୋକେ । ଆଜି ଭୋରରେ ପଶ୍ଚିମବଙ୍ଗକୁ ଚୋରା ଗୋ ଚାଲାଣ ବେଳେ ସେରଗଡ ବିସିଇଟି କଲେଜ ନିକଟରେ ଲୋକେ ଏହି ଗୋରୁ ବୋଝେଇ କଂଟେନରକୁ ଧରିଥିଲେ ।

ଲୋକଙ୍କ ହାତରେ ୨ଟି କଂଟେନର ଧରାପଡିଥିବା ବେଳେ ଟୋଲ ଗେଟ୍ ପାର ହୋଇ ଖସି ଯାଇଥିଲା ଆଉ ୩ଟି କଂଟେନର । ଡାକ ପାର୍ସଲ ଲେଖା ରହିଥିଲା କଂଟେନରରେ । ହେଲେ ଭିତରେ ଚାଲାଣ ହେଉଥିଲା ଗୋରୁ । ଧରାପଡି କଂଟେନରରେ ପ୍ରାୟ ୨୦୦ରୁ ୨୫୦ ଗୋରୁଙ୍କୁ ଅତି ଦୟନୀୟ ଭାବେ ଚାଲାଣ କରାଯାଉଥିଲା ପଶ୍ଚିମବଂଗ । ତିନୋଟି ଥାକରେ ଅତି ଦୟନୀୟ ଭାବେ କଂଟେନର ଭିତରେ ଭର୍ତ୍ତି ହୋଇଥିଲେ ଗୋରୁ ।

 

ସେପଟେ ଢେଙ୍କାନାଳ ଜିଲ୍ଲାରୁ ମଧ୍ୟ ଆସିଛି ସମାନ ଚିତ୍ର । ଢେଙ୍କାନାଳ ଉପକଣ୍ଠ ନୀହଲପ୍ରସାଦ ରାସ୍ତାରେ ୬ଟି ଗୋରୁ ବୋଝେଇ କଂଟେନରକୁ ଜବତ କରିଛି ପୋଲିସର ସ୍ପେଶାଲ ସ୍କୁଆଡ୍ । କଂଟେନର ସବୁ ଅନୁଗୁଳରୁ କୋଲକାତା ଯାଉଥିଲା ବୋଲି ଜଣାପଡିଛି । ୬ଟି କଂଟେନରରେ ପ୍ରାୟ ୬ ଶହ ଗୋରୁ ବୋଝେଇ ହୋଇ ଯାଉଥିଲେ । ପୋଲିସ ଗୋରୁ ବୋଝେଇ କଂଟେନରକୁ ଜବତ କରିବା ପରେ ନିହଲପ୍ରସାଦ ଥାନାରେ ଅଟକ ରଖିଛି ।