ଏକା ରୋହିତ ଖେଳିଲେ, ବାକି ସବୁ ଦେଖିଲେ

ୱେଷ୍ଟଇଣ୍ଡିଜ ବୋଲରଙ୍କୁ ନିର୍ଘାତ ପିଟିଲେ, ଟି-୨୦ କ୍ୟାରିୟରର ୪ର୍ଥ ଶତକ ହାସଲ କଲେ ରୋହିତ

194

କନକ ବ୍ୟୁରୋ : ଲକ୍ଷ୍ନୌରେ ଭାରତ-ୱେଷ୍ଟଇଣ୍ଡିଜ ମଧ୍ୟରେ ଖେଳାଯାଇଥିବା ଦ୍ୱିତୀୟ ଟି-୨୦ରେ ପୁଣି ଚମକିଲା ଟିମ୍ ଇଣ୍ଡିଆର ବ୍ୟାଟିଂ ବାହିନୀ । ଅଧିନାୟକ ରୋହିତଙ୍କ ଧୂଆଁଧାର ଶତକ ବଳରେ ୧୯୫ ରନର ବିଶାଳ ସ୍କୋର ଛିଡା କଲା ଭାରତୀୟ ଟିମ୍ । ନିର୍ଦ୍ଧାରିତ ଓଭରରେ ମାତ୍ର ୨ ୱିକେଟ ହରାଇ ୧୯୫ ରନ କରିବାକୁ ସକ୍ଷମ ହୋଇଥିଲା ଭାରତ ।

ଟସ ହାରି ପ୍ରଥମେ ବ୍ୟାଟିଂ କରିଥିବା ଭାରତ ପ୍ରଥମରୁ ଧୀମା ବ୍ୟାଟିଂ କରିଥିଲା । ତେବେ କ୍ରିଜରେ ସେଟ ହେବା ପରେ ଆରମ୍ଭ ହୋଇଥିଲା ରୋହିତଙ୍କ ସୋ’ । ଧୱନ ଆଉଟ ହେବା ପରେ ମଧ୍ୟ ଥମିନଥିଲେ ରୋହିତ । ୱେଷ୍ଟଇଣ୍ଡିଜର ବୋଲରଙ୍କୁ ନିର୍ଘାତ ପିଟିବା ସହ ହିଟମ୍ୟାନ ରୋହିତ ଟି-୨୦ କ୍ୟାରିୟରର ଚତୁର୍ଥ ଶତକ ହାସଲ କରିଥିଲେ । ଶେଷ ଆଡକୁ ରାହୁଲଙ୍କ ଦ୍ରୁତ ୨୬ ରନ ବଲରେ ୱେଷ୍ଟଇଣ୍ଡିଜ ପାଇଁ ୧୯୬ ରନର ବିଶାଳ ଟାର୍ଗେଟ ସେଟ କରିଥିଲା ଟିମ୍ ଇଣ୍ଡିଆ । ଏହାସହ ଏହି ମ୍ୟାଚରେ ଶତକ ମାରିବା ସହ ଭାରତ ପକ୍ଷରୁ ଟି-୨୦ ମ୍ୟାଚରେ ସର୍ବାଧିକ ରନ ସ୍କୋରର ରେକର୍ଡ ମଧ୍ୟ ନିଜ ନାଁରେ କରିଛନ୍ତି ରୋହିତ ।